କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଝାମ୍ପି ଗ୍ରାମରେ ମାଁ ସୁନା ପ୍ରତିମା ଯୁବକ ସଂଘ ଓଡ଼ିଶାର ଗଣ ପର୍ବ ଭାବେ ପରିଚିତ ରଜ ଉତ୍ସବରେ ଆୟୋଜିତ ଆଜି ପହିଲି ରଜରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଜୁରୀପଡା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ ରଜ ଦୋଳି ଉଦ୍ ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଳପଡା ସରପଞ୍ଚ ଶ୍ରୀମତୀ ପଦ୍ମିନୀ ମଲିକ, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ଖଜୁରୀପଡା ବିଜେପି ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର, ଯୁବ କର୍ମୀ ରୋହିତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ । ମାଁ ସୁନା ପ୍ରତିମା ଯୁବକ ସଂଘ ସଭାପତି ଲଳିତ କୁମାର କହଁର, ସମ୍ପାଦକ ମାନସ ରଞ୍ଜନ କହଁର, ପୂର୍ଣଚନ୍ଦ୍ର କହଁର ସମେତ ଗାଁର ସମସ୍ତ ଭାଈ ଭଉଣୀ ବାପା ମାଁ ସହଯୋଗ କରିଥିଲେ । ଆଜି ଠାରୁ ରଜ ଦୋଳି ସହିତ ବିଭିନ୍ନ କାର୍ଯ୍ୟକ୍ରମ ୪ ଦିନ ପର୍ଯ୍ୟନ୍ତ ଚାଲିବ ଶେଷ ୧୭ ତାରିଖ ଦିନ ମାଁ ସୁନା ପ୍ରତିମା ଯୁବକ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି ।
Discover more from odia.bnslive.in
Subscribe to get the latest posts sent to your email.
