ସ୍ୱାମୀର ଶବକୁ ୪ ବର୍ଷ କାଳ ଧରିକି ଶୋଇଲା ସ୍ତ୍ରୀ …

Creat A Revolution
           

ନୂଆଦିଲ୍ଲୀ

-: ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଆପଣାର ଲୋକଙ୍କ ବିୟୋଗରେ ମର୍ମାହତ ହୋଇ ମାନସିକ ସନ୍ତୁଳନ ହରାଇ ବସନ୍ତି । ଏଥିସହ ସେମାନେ ତାଙ୍କର ମୃତ୍ୟୁକୁ ସ୍ୱୀକାର କରିପାରନ୍ତିନି ।ଏମିତି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ସ୍ୱାମୀର ମୃତଦେହକୁ ନିଜ ସହ ୪ ବର୍ଷ କାଳ ରଖିଥିଲା । ଘରେ ଥିବା ତା’ ପିଲାମାନଙ୍କୁ କାହାରିକୁ ନ କହିବାକୁ ଧମକ ଦେଇଥିଲା ।

ରିପୋର୍ଟ ମୁତାବକ, ସ୍ୱେତଲାନା ନାମ୍ନୀ ଜଣେ ମହିଳା ସ୍ୱାମୀର ମମିଫାଇଡ କରାଯାଇଥିବା ଶରୀର ସହ ଗୋଟିଏ ବିଛଣାରେ ଶୋଉଥିଲା । ୪୯ ବର୍ଷୀୟ ବ୍ଲାଦିମିର ନାମକ ଜଣେ ବ୍ୟକ୍ତିର ୪ ବର୍ଷ ପୂର୍ବେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ସ୍ୱେତଲାନା ତାଙ୍କ ସ୍ୱାମୀର ମୃତଦେହକୁ ଏକ କମ୍ବଳ ଘୋଡାଇ ଘରକୁ ନେଇଆସିଥିଲେ । ଏହାପରେ ସାମାଜିକ କର୍ମକର୍ତ୍ତା ତାଙ୍କ ଘରେ ପହଞ୍ଚିଥିଲେ, ହେଲେ ସେ ଏମିତି ଭାବେ ଘରେ ମୃତଦେହକୁ ଲୁଚାଇଥିଲେ, କେହି ତା’ର ସନ୍ଧାନ ପାଇଲେନି । ଏହାପରେ ସାମାଜିକ କର୍ମକର୍ତ୍ତା ନିଜ ଯାଞ୍ଚ ଜାରି ରଖିଥିଲେ । ଏହାପରେ ସେ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ପରେ ଏହି ମାମଲା ଜଣାପଡ଼ିଥିଲା ।

ସ୍ୱେତଲାନାଙ୍କ ଘରେ ୧୭ ଏବଂ ୮ ବର୍ଷୀୟ ଦୁଇ ଝିଅଙ୍କ ବ୍ୟତୀତ ୧୧ ବର୍ଷର ଦୁଇ ଯାଆଁଳା ପୁଅ ଥିଲେ । ସ୍ୱେତଲାନା ନିଜ ପୁଅ ଝିଅଙ୍କୁ ବାପାର ମୃତଦେହ ବିଷୟରେ କାହାରିକୁ ନ କହିବାକୁ ଧମକ ଦେଇଥିଲେ ଏବଂ କହିଥିଲେ ଯେ, ସେ ଯଦି କାହାକୁ କୁହନ୍ତି ତେବେ ସେ ଘର ଛାଡ଼ି ପଳାଇବେ । ଏହି କଥା ଜାଣିବାକୁ ପାଇଥିଲେ ସାମାଜିକ କର୍ମକର୍ତ୍ତା । ଏହାପରେ ତାଙ୍କ ଘରେ ପୋଲିସର ଚଢାଉ ପରେ ମୃତଦେହ ଉଦ୍ଧାର ହେବା ସହ ମହିଳାଙ୍କ ଘରୁ ଅନେକ ତନ୍ତ୍ରମନ୍ତ୍ର ଜିନିଷ ବାହାରିଥିଲା । ଯାହାପରେ ଜଣାପଡ଼ିଥିଲା ଯେ, ମହିଳା ଜଣକ ଗୁଣିଗାରେଡି କରୁଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading