ଓଲିଉଡ୍‌‌ରେ ଯାତ୍ରା ଆଇଟମ୍‌ ଗାର୍ଲ ନିଶା ମହାରଣା …

Creat A Revolution
           

ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଏକ ଚମକପ୍ରଦ ଖବର। ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ କଥାଅକଥା କହି ଚର୍ଚ୍ଚାରେ ଥିବା ଯାତ୍ରା ଆଇଟମ୍‌ ଗାର୍ଲ ନିଶା ମହାରଣାଙ୍କୁ ଏକ ଓଡ଼ିଆ ଛବିରେ ଦେଖିବାକୁ ମିଳିବ। ଜଣେ ଆଇଟମ୍ ଗାର୍ଲ ଭାବେ ସେ ବଡ଼ ପରଦାରେ ପ୍ରବେଶ କରୁଛନ୍ତି। ଅଶୋକ କୁମାର ନାୟକଙ୍କ ପ୍ରଯୋଜିତ ତଥା ପ୍ରସନ୍ନ କୁମାରଙ୍କ ନିର୍ଦ୍ଦେଶିତ ‘ଜହ୍ଲାଦ’ରେ ନିଶା ମହାରଣାଙ୍କର ଏହି ଆଇଟମ୍ ନମ୍ବରଟି ରହିଛି।

‘ଟୋକାବୁଢ଼ା ସମସ୍ତେ କହନ୍ତି ମୁଁ ସେକ୍ସି ସନ୍ନି ଲଓନି…’ ଶୀର୍ଷକ ଗୀତଟି ତାଙ୍କ ଉପରେ ପିକ୍‌ଚରାଇଜ୍ ହେବ। ଇତିମଧ୍ୟରେ ଏ ଗୀତର ରେକର୍ଡିଂ ସରିଛି ଓ ଏହାକୁ ଗାଇଛନ୍ତି ‘ଲଭ୍‌ ଷ୍ଟେସନ୍‌’ ଫିଲ୍ମର ଗୀତ ‘ଟୁଇଙ୍କିଲ୍ ଟୁଇଙ୍କିଲ୍‌ ଲିଟିଲି ଷ୍ଟାର୍, ହୋଲ୍ ନାଇଟି ଖୋଲା ମୋ ବାର୍’ ଫେମ୍ କଣ୍ଠଶିଳ୍ପୀ ସଞ୍ଜୁ ମହାନ୍ତି। ଜଣାଶୁଣା ସଂଳାପକାର ତଥା ଗୀତିକାର ଭାବବିନୋଦ ମହାପାତ୍ରଙ୍କ ଗୀତକୁ ସ୍ବରରେ ଢାଳିଛନ୍ତି ନବାଗତା ଏସ୍‌ ବି ସ୍ମୃତି। ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଅଜୟ କୁମାର ବେହେରା। ଏହି ଗୀତରେ ନିଶା ମହାରଣାଙ୍କ ସହ ଜଣାଶୁଣା ହାସ୍ୟାଭିନେତା ସନ୍ତୁ ଓ ଦୁର୍ଯ୍ୟୋଧନ ମୁଦୁଲି (ଟୁନା)ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଡକ୍ଟର ଜ‌ନ୍ମେଜୟ ପଣ୍ଡାଙ୍କ କାହାଣୀ ଆଧାରରେ ନିର୍ମାଣାଧୀନ ଏହି ଚଳଚ୍ଚିତ୍ରରେ ପ୍ରେମ୍, ଶୁଭଶ୍ରୀ ଓ ଦେବୀଦତ୍ତ ନନ୍ଦଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading