ଭୁସୁଡ଼ିଲା ଫିରିଙ୍ଗିଆ ଠାରେ ଚାଲିଥିବା ନିର୍ମାଣଧୀନ ବସଷ୍ଟାଣ୍ଡ

ଫିରିଙ୍ଗିଆ (ସୁବ୍ରତ କୁମାର ମହାନ୍ତି) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଚାଲିଥିବା ବସଷ୍ଟାଣ୍ଡ ନିର୍ମାଣ କାମରେ ଏକ ବଡ଼ ବଡ଼ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି I ବସଷ୍ଟାଣ୍ଡର ବସ ଟର୍ମିନାଲ ବିଲଡି ର ଛାତ ପଡୁଥିବା ସମୟରେ ହଠାତ ନିର୍ମାଣଧୀନ ଛାତ ଭୁଶୁଡି ପଡିଥିଲା I ତେବେ ଛାତ ଭୁଶୁଡି ଲା ସମୟରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ଛାତ ଉପରେ ଓ ଛାତ ତଳେ କାମ କରୁଥିବା ପାଞ୍ଚ ଜଣ ମିସ୍ତ୍ରୀ ଙ୍କ ସହ ପ୍ରାୟ କୋଡିଏ ଜଣ ଶ୍ରମିକ I

ସୂଚନା ଅନୁସାରେ ଗତ ଆଠ ମାସ ହେଲା ଓଡିଶା ରାଜ୍ୟ ପାରିବହନ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ଏହି ବସଷ୍ଟାଣ୍ଡରେ ବସ ଟରମିନାଲର ଛାତ ପଡୁଥିଲା I ଏହି ସମୟରେ ଠିକସଂସ୍ଥା ର ଠିକାଦାର କର୍ମଚାରୀ ଓ ଦାୟିତ୍ୱ ରେ ଥିବା ପାରିବହନ ବିଭାଗ ର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଖୋଦ ବିଭାଗ ର ଏସଡ଼ିଓ ମଧ୍ୟ୍ୟ ଉପସ୍ଥିତ ଥିଲେ I ତେବେ ଛାତ ର ଉଚ୍ଚତା ପ୍ରାୟ ୩୦ ଫୁଟ ରୁ ଅଧିକ ହୋଇଥିବା ବେଳେ ପାରିବହନ ବିଭାଗ ର ନିୟମ ଅନୁଯାଇ ଛାତ ପାଇଁ ଲୁହା ପାଇପ ରେ ସେନ୍ଟ୍ରିଙ୍ଗ କରିବା କଥା କିନ୍ତୁ ସମ୍ପୃକ୍ତ ଠିକା ସଂସ୍ଥା କାଠ ବଲ୍ହା ରେ ସେନ୍ଟ୍ରିଙ୍ଗ କରିଥିବାରୁ ଏଭଳି ଏକ ଘଟଣା ଘଟିଥିବା ଅନୁମାନ କରାଯାଉଛି I
ତେବେ ଏଠି ପ୍ରଶ୍ନ ଉଠୁଛି ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିବା ବେଳେ କୋଟି କୋଟି ତାଙ୍କର ନିର୍ମାଣ କାମ ଏଭଳି କାମଚଲା ଭାବରେ କରାଯାଉଛି ତାକୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I ସେପଟେ ଏହି କାମକୁ ନୟାଗଡ଼ ଅଂଚଳର ଶରତ ଖୁଣ୍ଟିଆ ନାମକ ଜଣେ ପ୍ରତିଷ୍ଠିତ ବିଶିଷ୍ଠ ଠିକାଦାର କରୁଥିବା ବେଳେ ଏତେ ବଡ଼ ଠିକା ସଂସ୍ଥା କିଭଳି ଭାବରେ ଏଭଳି କାମାଚଳା କାମ କରିବା ସହ ଲୁହା ପାଇବ ବଦଳରେ କାଠ ବଲ୍ଲା ବ୍ୟବହାର କରୁଛି ତାକୁ ନେଇ ମଧ୍ୟ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I
