ବାଲିକୁଦା ବ୍ଲକର ଅଧ୍ୟକ୍ଷ ପଦ ମଣ୍ଡନ କଲେ ପ୍ରକାଶ ପ୍ରଧାନ

Creat A Revolution
           


ଜଗତସିଂହପୁର -: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବାକୁ ଯାଉଥିବା ବେଳେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି l ବାଲିକୁଦା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଜି୨ ଜଣ ପାର୍ଥି ନାମାଙ୍କନ ପତ୍ର ଦାଖଲ କରିଥିଲେ।ବିଜେଡି ସମର୍ଥନରେ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଖାଲଗାଁ ପଞ୍ଚାୟତ ସମିତି ସଭ୍ୟ ପ୍ରକାଶ ପ୍ରଧାନ ଅଧ୍ୟକ୍ଷ ପଦ ପାଇଁ ପାର୍ଥିପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନ ଭାବରେ ଅଳାଭର ପଞ୍ଚାୟତ ସମିତି ସଭ୍ୟ ପାର୍ଥି ହରିଶ୍ଚନ୍ଦ୍ର ଶତପଥୀ ପାର୍ଥିପତ୍ର ଦାଖଲ କରିଥିଲେ।ଉଭୟଙ୍କ ପାର୍ଥିପତ୍ର କାଏମ ରହିବା ପରେ ନିର୍ବାଚନ ଅଧିକାରୀ ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ ନିର୍ବାଚନ ପକ୍ରିୟା ଆରମ୍ଭ କରିଥିଲେ।ଏଥିରେ ବାଲିକୁଦା ବ୍ଳକର ୩୦ ପଞ୍ଚାୟତ ମଧ୍ୟରୁ୧୯ ପଞ୍ଚାୟତର ସମିତି ସଭ୍ୟ ପାର୍ଥି ପ୍ରକାଶ ପ୍ରଧାନଙ୍କୁ ଭୋଟ ଦେଇଥିବା ବେଳେ ପ୍ରତିପକ୍ଷ ହରିଶ୍ଚନ୍ଦ୍ର ଶତପଥୀ ୧୧ ଭୋଟ ପାଇଥିଲେ।ତେଣୁ ନିର୍ବାଚନ ଅଧିକାରୀ ଶ୍ରୀ ସାହୁଙ୍କ ଦ୍ୱାରା ବାଲିକୁଦା ବ୍ଳକର ଅଧ୍ୟକ୍ଷ ଭାବେ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିଲା।ଘୋଷଣା ପରେ ପ୍ରକାଶ ପ୍ରଧାନଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଆନନ୍ଦ ଲହରୀ ଖେଳି ଯାଇଥିଲା l କର୍ମୀ ମାନଙ୍କ ଉଛୁକତା ରେ ବାଜା ବାଣ ରୋଷଣୀ ଓ ପୁଷ୍ପ ଗୁଛ ଦେଇ ଶୋଭାଯାତ୍ରାରେ ନେଇ ସାରା ବାଲିକୁଦା ବୁଲି ଲୋକ ମାନକୁ ସ୍ଵାଗତ ଜାଣଇ ଶେଷରେ ମନ୍ତ୍ରୀ ରଘୁନନ୍ଦନଙ୍କ ବସଭବନକୁ ଯାଇ ମନ୍ତ୍ରୀଙ୍କ ଆଶ୍ରିବାଦ ଗ୍ରହଣ କରିଥିଲେ।ସତାଧିକା ଦଳୀୟ କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଆଗାମୀ ଦିନରେ ବାଲିକୁଦା କୁ କିପରି ଶରଶ ସୁନ୍ଦର କରିବା ସହ୍ ଦୁର୍ନୀତି ମୁକ୍ତ କରି ଖଟିଖିଆ ଗରିବ ଲୋକ ମାନଙ୍କ ସମସ୍ୟା ରେ ରହିବି ବୋଲି ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading