Creat A Revolution
ପଦ୍ମପୁର:-ବରଗଡ ଜିଲ୍ଲାରେ ଗତକାଲି ଅନୁଷ୍ଠିତ ଜିଲ୍ଲାପରିଷଦ ନିର୍ବାଚନରେ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥିନୀ ଶ୍ରୀମତୀ ମାନିନୀ ଭୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବାପରେ ଆଜି ବରଗଡ ଜିଲ୍ଲା ବିଜୁଜନତା ଦଳ ର ସଭାପତି ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହାଙ୍କ ବିଜେଡି କାର୍ଯ୍ୟାଳୟକୁ ଆସି ସାକ୍ଷାତ କରିବା ସଙ୍ଗେ ସଙ୍ଗେ ଆର୍ଶିର୍ବାଦ ଭିକ୍ଷା କରିଛନ୍ତି ।ଏ କ୍ରମର ଶ୍ରୀମାନ ବରିହା ବରଗଡ ଜିଲ୍ଲା କୁ ଆସୁଥିବା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ପ୍ରାଧାନ୍ୟ ଦେବା ସହ ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ ।
Discover more from odia.bnslive.in
Subscribe to get the latest posts sent to your email.