ଦେଭୋଗ, ଘଣ୍ଟୁଆ ଗ୍ରାମପଞ୍ଚାୟତରେ ଦାଇତ୍ୱ ନେଲେ ନବନିର୍ବାଚିତ ସରପଞ୍ଚ

Creat A Revolution
           

ବାଲିଆପାଳ(ପ୍ରଭାକର ମଲ୍ଲିକ) -: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ଥିବା ଦେଭୋଗ, ଘଣ୍ଟୁଆ ଗ୍ରାମପଞ୍ଚାୟତରେ ବିଧିବଦ୍ଧ ଭାବରେ ନୂଆକରି ନିର୍ବାଚିତ ହୋଇଥିବା ସରପଞ୍ଚଙ୍କୁ ସଭା ସମିତି, ନାଚ ଗୀତ ସହିତ ସମ୍ବର୍ଦ୍ଧନା କରାଯାଇଛି । ଦେଭୋଗ ପଞ୍ଚାୟତ ସଭାରେ ମୁଖ୍ୟ ଅତିଥି ପୂର୍ବତନ ଜିଲ୍ଲାପରିଷଦ ରବୀନ୍ଦ୍ର ନାଥ ଅଣ୍ଡିଆ,ମଞ୍ଚାସିନ ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ଦାସ, କୁମ୍ଭାରୀ ପୂର୍ବତନ ସରପଞ୍ଚ ଜୟନାରାୟଣ ମହାପାତ୍ର, ଦେଭୋଗ ସରପଞ୍ଚ ସବିତା ନାୟକ,ସମିତି ସଦସ୍ୟା କଲ୍ୟାଣୀ ନାୟକ, ସମାଜସେବୀ ମୃତୁଞ୍ଜୟ ନାୟକ, ସମସ୍ତ ୱାର୍ଡ ମେମ୍ବର ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କୁ ସରପଞ୍ଚ ସବିତା ନାୟକ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସରପଞ୍ଚ ଫିତାକାଟି ନୂତନ ଭାବରେ ସରପଞ୍ଚ ଦାୟିତ୍ୱ ନେଇଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading