ଜଗତସିଂହପୁର( ଜ୍ୟୋତି ରଞ୍ଜନ ପରିଡା ) – : ଜଗତସିଂହପୁରରୁ -ଅଡ଼ଶପୁରକୁ ସଂଯୋଗ କରୁଥିବା ଦେବୀନଦୀ ଉପରେ ନିର୍ମିତ ଆଳିପିଙ୍ଗଳ ପୋଲ ଉପରେ ଦୈନଦିନ ସହ ସହ ଭାରୀଯାନ ଯାତାୟାତ କରିବାରୁ ପୋଲାର ଅବସ୍ଥା ଶୋଚନୀୟ ହୋଇପଡିଛି ।
ଆଳିପିଙ୍ଗଳ ପୋଲର ସୁରକ୍ଷାକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ମାନ୍ୟବର କୋଟ ଆଳିପିଙ୍ଗଳ ପୋଲ ଉପରେ ଭାରୀଯାନ ଚଳାଚଳ ସମ୍ପୂର୍ଣ ନିଷିଦ୍ଧ କରି ଏକ ବ୍ୟାରେକେଟ ନିର୍ମାଣ କରିବାକୁ ଜ଼ିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲା । ଜ଼ିଲ୍ଲା ପ୍ରଶାସନ କୋଟ ନିର୍ଦେଶକୁ ଭୃକ୍ଷେପ କରିନଥିଲା । ଅଞ୍ଚଳବାସୀ ଏ ସମ୍ପର୍କରେ ରାସ୍ତା ଓ ଗୃହ ନିର୍ମାଣ ନିର୍ବାହୀ ଯନ୍ତ୍ରୀକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ କୋର୍ଟ ନିର୍ଦେଶ ଏବଂ ଅଂଚଳବାସୀ ଙ୍କ ସମସ୍ୟା କୁ ଜ଼ିଲ୍ଲା ପ୍ରଶାସନ ଅଣଦେଖା କରିବାରୁ ଆଳିପିଙ୍ଗଳର ପୂର୍ବତନ ସରପଞ୍ଚ ଧୂଳେଶ୍ୱର ମଲ୍ଲିକ, ସମାଜ ସେବୀ ସରୋଜ ନାୟକ ପ୍ରମୁଖ ପୋଲର ସୁରକ୍ଷାକୁ ଦୃଷ୍ଟିରେ ରଖି ଜ଼ିଲ୍ଲାପାଳକୁ ଦାବିପତ୍ର ପ୍ରଦାନ କରିଛନ୍ତି ।
Discover more from odia.bnslive.in
Subscribe to get the latest posts sent to your email.