ବରଗଡ଼(ନିରଞ୍ଜନ ତ୍ରିପାଠୀ) -: ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ବରଗଡ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆ ଜ୍ କା ର ମିଳିତ ସହଯୋଗ ରେ ଆ ଜ୍ କା ତାଲିମ କେନ୍ଦ୍ର ରେ ଦିର୍ଘ ଆଠ ଦିନ ଧରି ଆଶାକର୍ମୀ ମାନଙ୍କ ପ୍ରବେଶ କାଳୀନ ଆବାସିକ ତାଲିମ ତା ୧୦.୦୩.୨୦୨୨ରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି ।
ଏହି ତାଲିମ ରେ ବରଗଡ଼ ଜିଲ୍ଲା ର ବରପାଲି, ଭଟଲି, ପଦ୍ମପୁର, ଭେଡେନ ଓ ପାଇକମାଳ ବ୍ଳକ ରୁ ମୋଟ ୨୪ ଜଣ ଆଶା ତାଲିମ ଗ୍ରହଣ କରିଥିଲେ। ଲକ୍ଷ୍ମୀ ପଣ୍ଡା, ଅରୁଣ ଭୋଇ(ପି.ଏଚ୍. ଇ.ଓ. ଡ଼ଭା), ସନ୍ତୋଷିନୀ ମହାପାତ୍ର, ଭୁବନେଶ୍ଵର ଦେବତା ଏବଂ ତୁଷକୁମାର ଚ଼ନ୍ଦ୍ରକାର(ପି.ଏଚ. ଇ.ଓ. ବୁକୁରାମୁଣ୍ଡା) ତାଲିମ ଦାତା ଭାବେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ତାଲିମ ର ବିଷୟବସ୍ତୁ ଗୁଡ଼ିକ ମଧ୍ୟରେ ଆଶା ର ଭୂମିକା, ଦାୟୀତ୍ଵ, ମୂଲ୍ୟବୋଧ ଓ କୌଶଳ, କୈଶୋର ସ୍ୱାସ୍ଥ୍ୟ, ମାତୃ ସ୍ଵାସ୍ଥ୍ୟ, ସୁରକ୍ଷିତ ଗର୍ଭପାତ, ପରିବାର ନିୟୋଜନ, ନବଜାତ ଶିଶୁ ସ୍ୱାସ୍ଥ୍ୟ ଉପରେ ତାଲିମ ପ୍ରଦାନ କରିଥିଲେ ।
ଆ.ଜ.କା ଅନୁଷ୍ଠାନର ପ୍ରୋଗ୍ରାମ ସଂଯୋଜକ ନିତ୍ୟାନନ୍ଦ ଜେନା ତାଲିମ ର ସୁପରିଚାଳନା କରିଥିଲାବେଳେ, କୁମୁଦିନୀ ପ୍ରଧାନ, ଯୁଗଳ କିଶୋର ନାୟକ ଏବଂ ସୁମନ୍ତ ବିଶ୍ଵାଳ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । ଶେଷରେ ପ୍ରୋଗ୍ରାମ ସଂଯୋଜକ ଶ୍ରୀଯୁକ୍ତ ଜେନା ସମସ୍ତଙ୍କୁ ଧନ୍ୟବାଦ ଜଣାଇ ତାଲିମ ର ପରିସମାପ୍ତିକରିଥିଲେ ।
Discover more from odia.bnslive.in
Subscribe to get the latest posts sent to your email.