ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜାତୀୟ ଟୀକାଦାନ ଦିବସ ପାଳିତ

Creat A Revolution
           

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ ଟୀକାଦାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ତ୍ୟାଗରାଜ ସିଂ ଯୋଗଦାନ କରିଥିଲେ ।

କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଆଶାକର୍ମୀ, ମହିଳା ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ, ପୁରୁଷ ସ୍ବାସ୍ଥ୍ୟକର୍ମୀ, ତଥା ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର କର୍ମଚାରୀ ଙ୍କ ଉପସ୍ଥିତିରେ ସମ୍ମିଳିତ ସଭାକୁ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶିବପ୍ରସାଦ ବେହେରା ସ୍ୱାଗତ ଜଣାଇ ,ପ୍ରାରମ୍ଭିକ ସୂଚନା ତଥା ସଭାର ଉଦ୍ଦେଶ୍ୟରେ ଜ୍ଞାପନ କରିଥିଲେ।୧୯୯୫ ମସିହାରୁ ସାର୍ବଜନୀନ ପୋଲିଓ ଟୀକାଦାନ ଠାରୁ ଆରମ୍ଭ କରି ବର୍ତ୍ତମାନ ଦେଖାଦେଇଥିବା ମହାମାରୀ କୋଭିଡ-୧୯ ର ଟୀକାକରଣ ପର୍ଯ୍ୟନ୍ତ କ୍ଷେତ୍ର ସ୍ତରୀୟ କର୍ମୀ ମାନଙ୍କ ଅବଦାନକୁ ମୁଖ୍ୟଅତିଥି ଡାକ୍ତର ସିଂ ଭୂୟସୀ ପ୍ରଶଂସା କରିଥିଲେ ।

subscribe our chanel

ଟୀକାଦାନ ଓ ଟୀକାକରଣ ରେ ଉଲ୍ଲେଖନୀୟ ଅବଦାନ ସକାଶେ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମେଲଛାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ମହିଳା ସ୍ବାସ୍ଥ୍ୟକର୍ମୀ ନିରୁପମା ସେଠୀ, ଚାରପାଲି ରେ କାର୍ଯ୍ୟରତ ଆଶାକର୍ମୀ ନିରବତୀ ନାଏକ,ଝୁନଗାପାଲିର ଆଶାକର୍ମୀ ସୁଚିତ୍ରା ମଞ୍ଜରୀ ବିଭାର ଙ୍କୁ ଏ ଅବସରରେ କପ ସମେତ ମାନପତ୍ର ଓ ଉତ୍ତୋରୀୟ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ଉପସ୍ଥିତ ସମସ୍ତ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ,ନିର୍ମଳ କର୍ମଚାରୀ ତଥା ଟୀକାକରଣ ରେ ଜଡିତ ସହଯୋଗୀ ସମସ୍ତ କର୍ମଚାରୀଙ୍କୁ ଉତ୍ତୋରୀୟ ପ୍ରଦାନ କରାଯାଇଥିଲା ।

subscribe our chanel

ସ୍ୱଳ୍ପଆୟ ତଥା ବ୍ୟୟବହୁଳ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆଶାକର୍ମୀ ମାନଙ୍କ ସେବା ଓ ତ୍ୟାଗ ଫଳରେ ଶିଶୁମାନଙ୍କ ଅମୂଲ୍ୟ ଜୀବନ ରକ୍ଷା କରାଯାଇ ପାରିଛି ବୋଲି ଆଶାକର୍ମୀ ମାନଙ୍କ ମନୋବଳ କୁ ଦୃଢ ଏବଂ ଉତ୍ସାହିତ କରିବା ପାଇଁ ଆଶାକର୍ମୀ ସୁଚିତ୍ରା ମଞ୍ଜରୀ ବିଭାର ମତବ୍ୟକ୍ତ କରିଥିଲେ ।ଏହି ଜାତୀୟ ଟୀକାକରଣ କାର୍ଯ୍ୟକ୍ରମ କୁ ସଫଳ ଭାବେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ତୁଳସୀ ମହଲା, ବେଦପ୍ରକାଶ ଭୋଇ, ମହେଶ୍ୱର ପଟ୍ଟନାୟକ ପରିଚାଳନା କରିଥିବାବେଳେ ବ୍ଳକ ପ୍ରୋଗ୍ରାମିଙ୍ଗ ମ୍ୟାନେଜର ବିଜୟ କୁମାର ସରଫ୍ ଧନ୍ୟବାଦ ଜ୍ଞାପନ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading