ନିରଞ୍ଜନ ପଟ୍ଟନାୟକଙ୍କ ଆର୍ଟିକିଲକୁ ନେଇ ଚର୍ଚ୍ଚା

Creat A Revolution
           

ଭୁବନେଶ୍ୱର -: ବିଗତ ଦିନରେ ଖଣ୍ଡପଡା ବିଧାୟକ ସୈାମ୍ୟରଞ୍ଜନ ପଟ୍ଟନାୟକ ହେଉ କି ସାଂସଦ ଭତ୍ତୃହରି ଓ ତଥାଗତଙ୍କ ଆର୍ଟିକିଲ ଓଡିଶା ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । ଏବେ ସେଭଳି ଢଙ୍ଗରେ ଏକ ଆର୍ଟିକିଲ୍ ଲେଖି ବିବାଦ ଘେରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସବୁଠି ଗୋଟିଏ ଚର୍ଚ୍ଚା ଆର୍ଟିକିଲ ଲେଖା ନା ବିଦାୟକାଳୀନ ବାର୍ତ୍ତା ।

Subscribe now BNS Bhakti

ଆର୍ଟିକିଲ ଲେଖି ନିଜର ଅସହାୟତା ଜଣାଉଛନ୍ତି କି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ? ବିବାଦରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆର୍ଟିକିଲ । ସମ୍ବାଦପତ୍ରରେ ଆର୍ଟିକିଲ ଲେଖି ଏବେ ଚର୍ଚ୍ଚାରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ଦୈନିକ ସମ୍ବାଦପତ୍ରରେ ଲେଖିଛନ୍ତି ନିର୍ବାଚନ ବିଜୟ ବନାମ ବିପର୍ଯ୍ୟୟ ଗଣତନ୍ତ୍ର ଶୀର୍ଷକ ଲେଖା । ନିରଞ୍ଜନ କହିଛନ୍ତି ବିଜୁ ଜନତା ଦଳର ଏକତରଫା ବିଜୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ବିରୋଧୀ ଦଳ ହିସାବରେ ଆମେ ଉତ୍ତରଦାୟୀ । କଂଗ୍ରେସର ଅନ୍ତକନ୍ଦଳ ରହିଛି, ଦଳ ପୁରୁଣା ସ୍ଥିତିରେ ନାହିଁ । କଂଗ୍ରେସର ଅନେକ ନେତା ଧୈର୍ଯ୍ୟହରା ହୋଇ କ୍ଷମତା ପାଇବା ପାଇଁ ଅନ୍ୟ ଦଳକୁ ଚାଲିଗଲେଣି । ନେତାମାନେ କଂଗ୍ରେସ ଛାଡିବା ରୋଗର ଲକ୍ଷଣ, କିନ୍ତୁ ଏହା ରୋଗ ନୁହେଁ । କଂଗ୍ରେସ ସରକାର ସମୟରେ କେନ୍ଦ୍ରରୁ ଟଙ୍କା ଆସୁନଥିଲା ଆଉ ଏବେ କେନ୍ଦ୍ରରୁ ଆସୁଛି ବ୍ୟାପକ ଟଙ୍କା । ଟଙ୍କିକିଆ ଚାଉଳ ଠାରୁ ଆରମ୍ଭ କରି ମନରେଗା ଯାଏଁ ସବୁ କେନ୍ଦ୍ର ଅର୍ଥରେ ହେଉଛି


କେବଳ ନିରଞ୍ଜନ ତାଙ୍କ ଲେଖାରେ ଏହି କଥା ଉଲ୍ଲେଖ କରିନାହାନ୍ତି ବରଂ ଶାସକ ବିଜୁ ଜନତା ଦଳର ନିର୍ବାଚନୀ ଖର୍ଚ୍ଚ କଥା ପରୋକ୍ଷରେ ବିଜୁ ଜନତା ଦଳ ଖର୍ଚ୍ଚ କରୁଥିବା ଟଙ୍କାର ଉତ୍ସକୁ ନେଇ ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଆଉ ନିରଞ୍ଜନଙ୍କ ଏହି କେଇପଦ ଲେଖା ଏବେ ରାଜନୀତିରେ ଝଡ ସୃଷ୍ଟି କରିଛି । ନିରଞ୍ଜନ ଉଲ୍ଲେଖ କରିଛନ୍ତି, ବିଜୁ ଜନତା ଦଳ ଦିନକୁ ଯେତିକି ଖର୍ଚ୍ଚ କରୁଛି ଅନ୍ୟ ଦଳ ମାସକୁ ସେତିକି ଖର୍ଚ୍ଚ କରୁନାହିଁ । ସାମାଜିକ ଗଣମାଧ୍ୟମରେ ପ୍ରଚାର ପାଇଁ ଖର୍ଚ୍ଚ କରୁଛନ୍ତି । ସରକାରୀ ଓ ବେସରକାରୀ ଟଙ୍କା ଏବେ ବିଜୁ ଜନତା ଦଳରେ ଖର୍ଚ୍ଚ ହେଉଛି । ସରକାରୀ ଟଙ୍କାରେ ଯୋଜନା ହେଉଛି, ହେଲେ ଦଳୀୟ ପ୍ରଚାର ଅଧିକା ଚାଲିଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading