ଭାଇଚାରାର ପର୍ବ ହୋଲିରେ ନବନିର୍ବାଚିତ ସରପଞ୍ଚ

Creat A Revolution
           

ବାଲିଆପାଳ(ପ୍ରଭାକର ମଲ୍ଲିକ) – ରଙ୍ଗର ପର୍ବ ହୋଲି, ଭାଇଚାରାର ପର୍ବ ହୋଲି।ଏହି ହୋଲିପର୍ବ ସାରା ଓଡ଼ିଶାରେ ଧୁମଧାମରେ ପାଳନ ହେଉଥିଲା ବେଳେ ଗତ ଦୁଇବର୍ଷ କରୋନାର କଟକଣା ରଙ୍ଗର ପର୍ବ ହୋଲିକୁ ଫିକା ପକାଇ ଥିବାବେଳେ ଚଳିତ ବର୍ଷ କିନ୍ତୁ କଟକଣା କୋହଳ ହୋଇ ହୋଲିର ମାହୋଲ ସରଗରମ କରିଥିବା ବେଳେ ସବୁଠାରୁ ଅଧିକ ସରଗରମ କରିଛି ନିକଟରେ ଜାଇଥିବା ପଞ୍ଚାୟତ ନିର୍ବାଚନ।

କାରଣ ପଞ୍ଚାୟତରେ ଜିତିଥିବା ସରପଞ୍ଚ ମାନଙ୍କ ପାଇଁ ରଙ୍ଗର ପର୍ବ ହୋଲି ଖେଳ ଏକ ଆନନ୍ଦ ଉଲ୍ଲାସ ସୁଯୋଗ ଓ ଖୋରାକ ଯୋଗାଇଛି। ସେହିପରି ବାଲିଆପାଳ ବ୍ଲକ ସାଉଡି ପଞ୍ଚାୟତରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି।କାରଣ ନବନିର୍ବାଚିତ ସରପଞ୍ଚ ବିଜେପି ସମର୍ଥିତ ଧରଣୀଧର ମଲ୍ଲିକ ଜିତିଥିବା ବେଳେ ସାଉଡି ପଞ୍ଚାୟତର ବିଜେପି ଦଳରେ ଏକ ଆନନ୍ଦ ର ମାହୋଲ ଥିବା ବେଳେ ହୋଲି ଉତ୍ସବ ସରପଞ୍ଚ ଓ ସମର୍ଥକ ମାନଙ୍କ ମଧ୍ୟରେ ଏକ ଆନନ୍ଦ ଉଲ୍ଲାସ ଉପଭୋଗ କରିବାର ସୁଯୋଗ ସୃଷ୍ଟି ହୋଇଥିବା ବେଳେ ସେମାନେ ମଧ୍ୟ ତାହା ହାତଛଡା କରିନାହାନ୍ତି।


ଆଜି ନବନିର୍ବାଚିତ ସରପଞ୍ଚ ଧରଣୀଧର ମଲ୍ଲିକ , ବିଜେପି ପଞ୍ଚାୟତ ସଭାପତି ଜଗନ୍ନାଥ ଧଳ, ଓ୍ବାର୍ଡସଭ୍ୟ ରାଜୀବ ଲୋଚନ ପଟ୍ଟାୟତ,ଆଲୋକ ସାମନ୍ତଙ୍କ ସହ ପଞ୍ଚାୟତର ବହୁ ଦଳିୟ କର୍ମୀ ରଙ୍ଗର ପର୍ବ ହୋଲିକୁ ପରଷ୍ପର ମଧ୍ୟରେ ରଙ୍ଗବୋଳି ଉପଭୋଗ କରିବା ସହ ଦଳମତ ନିର୍ବିଶେଷରେ ଆଗାମୀ ଦିନରେ ଭାଇଚାରା ମଧ୍ୟରେ ପଞ୍ଚାୟତ ବାସୀଙ୍କ ସେବା କରିବାର ଶପଥ ମଧ୍ୟ ନେଇଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading