Creat A Revolution
ଲେଖକ – ଜଗନ୍ନାଥ ଚୌଧୁରୀ

ହଁ, ମୁଁ ରଙ୍ଗ ଖେଳ ଦେଖିଛି
ଏଇ ନିକଟ ଅତୀତରେ,
ନିର୍ବାଚନ ସମୟରେ
ଆମ ଗାଁ ଗହଳିରେ କ୍ଷକ୍ଷ
ଏବେ ପୁଣି ଆରମ୍ଭ ହେଲାଣି
ସହର,ନଗର ଆଉ ବସ୍ତିରେ,
ହାରିବାର ଭୟରେ
ଅବା ବିଜୟର ଖୁସିରେ କ୍ଷକ୍ଷ
ନିଇତି ରଙ୍ଗ ଖେଳ ହୁଏ
ଲାଲ ରଙ୍ଗରେ
ବୋଧେ ଅନ୍ୟ ରଙ୍ଗର
ଅଭାବ ବଜାରରେ ,
ସେଇଥି ପାଇଁ ରଙ୍ଗ ଖେଳା ହୁଏ
ମଣିଷ ରକ୍ତରେ କ୍ଷକ୍ଷ
ପୂର୍ବେ ରଙ୍ଗ ଖେଳ ହେଉଥିଲା
ନାନା ରକମର ରଙ୍ଗରେ,
ଭାଇଚାରା ଓ ବନ୍ଧୁତାରେ କ୍ଷ
କିନ୍ତୁ ଏବେ;ରାଗ,ହିଂସା,କ୍ରୋଧରେ
କେବଳ କ୍ଷମତା ଲୋଭରେ
କେବଳ କ୍ଷମତା ଲୋଭରେ କ୍ଷକ୍ଷ
ବାଃ..ରାଜନୀତି ବାଃ… ରେ…
ବାଃ..ରେ ମଣିଷ ବାଃ.. ରେ…
ନୂଆପେଣ୍ଠ,ଗଞ୍ଜାମ
Discover more from odia.bnslive.in
Subscribe to get the latest posts sent to your email.