ଭୀମସାର ବୁର୍ଲାରେ ମିଳିଲାନି ଆଇସିୟୁ,ଅକାଳରେ ଝଡ଼ିଗଲା ଆଉ ଏକ ଜୀବନ

Creat A Revolution

ବରଗଡ଼(ନିରଞ୍ଜନ ତ୍ରିପାଠୀ)-ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭୀମସାର ବୁର୍ଲାରେ ଆଇ.ସି.ୟୁ ଅଭାବରୁ ରୋଗୀମାନେ ମୃତ୍ୟୁବରଣ କରିବା ଏକ ନିତିଦିନିଆ ଘଟଣା l କିଛି ଘଟଣା ସାମ୍ନାକୁ ଆସୁଥିବା ବେଳେ ଅନେକ କିଛି ଅକୁହା ବେଦନା ଲୋକଙ୍କ ମନ ଭିତରେ ଚାପି ହେଇ ଯାଉଛି l ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୁର୍ଲାରେ l


ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ସଲଡିହି ଗ୍ରାମର ଦଶରଥୀ ନାଏକ (୫୦)ଙ୍କର ଆଇ.ସି.ୟୁ ଅଭାବରୁ ସେମାନେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି l ଗତ ୧୮ ତାରିଖରେ ଡାକ୍ତର ଆଇ ସି ୟୁ ଆବଶ୍ୟକତା ଥିବା କହିଥିଲେ ସୁଦ୍ଧା ୨୦ ତାରିଖ ପର୍ଯ୍ୟନ୍ତ ଆଇ.ସି.ୟୁ ଶଯ୍ୟା ନ ମିଳିବାରୁ ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା l ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ ପ୍ରଥମେ ତାଙ୍କୁ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଦେଖାଯିବା ପରେ ସେଠାରୁ ଭୀମସାର ବୁର୍ଲାକୁ ଉଚ୍ଚତର ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା lତାଙ୍କୁ ଆଇସିୟୁ ଶଯ୍ୟା ପ୍ରଦାନ କରିବା ପାଇଁ କିଛି ସ୍ୱେଚ୍ଛାସେବୀ ଭୀମସାର ନିର୍ଦ୍ଦେଶକ ଏବଂ ଅଧିକ୍ଷକଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା ଶଯ୍ୟା ଅଭାବରୁ ତାଙ୍କୁ ସୁବିଧା ମିଳିପାରିନଥିଲା l

Subscribe Now BNS Live


ଭୀମସାର ବୁର୍ଲାରେ ପଶ୍ଚିମ ଓଡିଶାର ୨ କୋଟିରୁ ଉର୍ଦ୍ଧ୍ବ ଲୋକମାନେ ଚିକିତ୍ସା ପାଇଁ ଭରଷା କରୁଥିବା ବେଳେ କେବଳ ମାତ୍ର ୧୪ ଟି ଆଇ.ସି.ୟୁ ଶଯ୍ୟା ଥିବା ଯୋଗୁଁ ଅକାଳରେ ଅନେକ ରୋଗୀଙ୍କ ମୃତ୍ୟୁ ହେଉଥିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ l ରାଜ୍ୟ ସରକାର ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ପଶ୍ଚିମ ଓଡ଼ିଶାର ଜନସାଧାରଣ ଦାବି କରିଛନ୍ତି


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!