ବରପାଲିରେ ବିଜେଡି ହେଭିୱେଟ୍ ନେତାଙ୍କ ପ୍ରଚାର ଜୋରଦାର

Creat A Revolution
           


ବରଗଡ଼(ନିରଞ୍ଜନ ତ୍ରିପାଠୀ) – ଓଡିଶା ତଥା ପଡୋଶୀ ଜିଲ୍ଲା ସୋନପୁରର ହେଭିୱେଟ୍ ନେତା ଓଡ଼ିଶାର ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମାନ ନିରଞ୍ଜନ ପୂଜାରୀ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାଚନ ପ୍ରଚାର ରେ ଆସି ବିଜୁଜନତା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ସମେତ ଦଳରୁ କାଉନସିଲର ପଦବୀରେ ଛିଡ଼ା ହୋଇଥିବା ପ୍ରାର୍ଥୀ ମାନଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବା ସଙ୍ଗେ ସଙ୍ଗେ ବରପାଲି ଅଞ୍ଚଳର ସାଧାରଣ ଜନତାଙ୍କୁ ଠାରୁ ଆର୍ଶୀବାଦ ଭିକ୍ଷା କରିଛନ୍ତି ।

ଏଇ ମାରାଥନ ପ୍ରଚାର ସମୟ ରେ ଅନ୍ୟମାନଙ୍କ ମଧ୍ୟରେ ବିଜୁଜନତା ଦଳ ର ପୂର୍ବତନ କାଉନସିଲର କଲ୍ୟାଣ ଚାନ୍ଦ, ଓଡ଼ିଶା ମୋ ପରିବାର ର ସଦସ୍ୟ ଗୈାରହରି ମିଶ୍ର, ମହିଳା ବିଜୁ ଜନତା ଦଳର ରାଜ୍ୟ ଷ୍ଟାରିଙ୍ଗ ସଭ୍ୟ ମିସ ଝରଣା ମେହେର, ବରପାଲି ବ୍ଳକର ଡିଜିଟାଲ ସେକ୍ରେଟାରୀ ସୁଜିତ ଗଡତିଆ ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରୁଥିବାର ଦେଖାଯାଇଥିଲା ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading