ବରଗଡ଼ରେ ଅଟୋ ରିକ୍ସା ମାଲିକ ସଙ୍ଘର ବାର୍ଷିକ ଉତ୍ସବ ପାଳିତ

Creat A Revolution
           

ବରଗଡ଼ (ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଙ୍ଘର ବାର୍ଷିକ ଉତ୍ସବ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ସଂଘର ସଭାପତି ସର୍ଦ୍ଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବାର୍ଷିକ ଉତ୍ସବରେ ସମସ୍ତ ମଞ୍ଚାସୀନ ଅତିଥିମାନଙ୍କୁ ଉପଢୌକନ ତଥା ଫୁଲତୋଡ଼ା ଦେଇ ସମାନ୍ନୀତ କରାଯାଇଥିଲା ।

ମୁଖ୍ୟ-ଅତିଥି ଭାବେ ବରଗଡ଼ ବିଧାୟକ ଶ୍ରୀମାନ ଦେବେଶ ଆଚାର୍ଯ୍ୟ ଯୋଗଦାନ କରି ସଂଘର ୨୨ବର୍ଷର ଅବଦାନ , ସେବା ଏବଂ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ତତସଙ୍ଗେସଙ୍ଗେ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନୀତ ଅତିଥିଭାବେ ଆଞ୍ଚଳିକ ପରିବହନ ଅଧିକାରୀ ବରଗଡ଼ ଶ୍ରୀମାନ ମାନସ ସାହୁ ଓ ବରଗଡ ପୋଲିସ ଅଧିକାରୀ ଶ୍ରୀ ମାନସ ଭୋଇ ସମସ୍ତ ସଦସ୍ୟ ମାନଙ୍କୁ ଆଇନ ଶୃଙ୍ଖଳା ରକ୍ଷା କରିବା ଓ ଅପରାଧକୁ ରୋକିବା ପାଇଁ ଓଟୋ ଚାଳକ ମାନଙ୍କ ସହଯୋଗ ଦରକାର ବୋଲି କହିଥିଲେ। ଆରଟିଓ ଶ୍ରୀ ସାହୁ ଗାଡ଼ିର ଫିଟନେସ, ଇନ୍ସୁରେନ୍ସ, କାଗଜପତ୍ର ଠିକ ରଖିବା ସହ ବୟସ୍କ ଚାଳକ ମାନେ ନିଜ ନିଜ ଚକ୍ଷୁ ପରୀକ୍ଷା କରିବା ଦରକାର ଯଦ୍ବାରା ଦୁର୍ଘଟଣାକୁ ରୋକା ଯାଇ ପାରିବ ବୋଲି ମାର୍ଗ ଦର୍ଶନ ଦେଇଥିଲେ।

ସଂଘ ତରଫରୁ ପୁରଣା ସବୁ ଷ୍ଟିକର ଲୋଗୋ ଜାଗା ରେ ନୂତନ ଲୋଗୋ ନମ୍ବର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ପୁରଣା ସବୁ ଷ୍ଟିକର ବାତିଲ କରାଗଲା। ସଂଘ ର ସମ୍ପାଦକ ଶ୍ରୀ ସରୋଜ ଭେଶ୍ରା,ଉପଦେଷ୍ଟା ଶ୍ରୀ ସୁଦର୍ଶନ ରାଉତ ମଞ୍ଚାସିନ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପସଭାପତି ଶ୍ରୀ ହର ନାୟକ,ସପ୍ତରଥୀ ମିଶ୍ର,ଜୟ ତାଣ୍ଡି,ସଂଜୀବ ବଗାର, ତ୍ରିନାଥ ଭାଇନା,ଜଶପାଲ ସିଂ,ମହମ୍ମଦ ସରଫରାଜ ହୁସେନ,ସାରଥୀ ମେହେର,ଆଦି ସଦସ୍ୟ ସହଯୋଗ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading