ନିର୍ବାଚନ ପ୍ରଚାର ଶେଷ : ଶେଷ ଦିନରେ କଂଗ୍ରେସର ପ୍ରଚାର ଜୋରଦାର

Creat A Revolution
           

ଆଠଗଡ଼ – : ପୈାର ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଥିଲା ପ୍ରଚାରର ଶେଷ ଦିନ। ଏହି ଅବସରରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ସମେତ ନେତୃବୃନ୍ଦ ଓ ସମର୍ଥକ ମାନେ କର ବା ମର ନୀତି ଆପଣାଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିଲେ ।

ଘରକୁ ଘର ବୁଲି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ ଜାରି ରଖିଥିବା ବେଳେ ସମ୍ପ୍ରତି ଶାସକ ଦଳର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆମର ଏହି ଲଢେ଼ଇ ଜାରି ରହିବ ବୋଲି ପୂର୍ବତନ ବିଧାୟକ ତଥା ଆଠଗଡ଼ର ବିଶିଷ୍ଟ କଂଗ୍ରେସ ନେତା ଉମାବଲ୍ଲଭ ରଥ ସ୍ପଷ୍ଟ କରିଛନ୍ତି । ଆଜିର ଏହି ପ୍ରଚାର କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ଯକ୍ଷା ପ୍ରାର୍ଥିନୀ ଅରୁପମା ଭକ୍ତା ,ନଗର କଂଗ୍ରେସ କମିଟି ସଭାପତି ସୋମନାଥ ଭକ୍ତା, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ତଥା ପିସିସି ସଦସ୍ୟ ଅକ୍ଷୟ କୁମାର ତୁଙ୍ଗସାମନ୍ତ, ଆଠଗଡ଼ ବ୍ଲକ୍ କଂଗ୍ରେସ କମିଟି ସଭାପତି ସୁଦର୍ଶନ ସାହୁ, ପୂର୍ବତନ କାଉନସିଲର ଅଶୋକ କୁମାର ଦଳାଇ ୮ନମ୍ବର ଓ୍ବାର୍ଡ କାଉନସିଲର ପ୍ରାର୍ଥୀ ଶିରିଷ ଧଳ, ୭ ନମ୍ବର ଓ୍ବାର୍ଡର କାଉନସିଲର ପ୍ରାର୍ଥିନୀ ସରସ୍ବତୀ ଦଳାଇ ପ୍ରମୁଖ କଂଗ୍ରେସ ସମର୍ଥକଙ୍କ ଗହଣରେ ୮ ନମ୍ବର ଓ୍ବାର୍ଡର ବାଉତୀସାହି, କାଲୁବସ୍ତୀ, ଦୁର୍ଗା ବଜାର ଓ ରଥଗଡା ଅଞ୍ଚଳରେ ବୁଲି ପ୍ରଚାର କରିଥିଲେ ।

ଏହାପରେ ୭ ନମ୍ବର ଓ୍ବାର୍ଡର ଶଙ୍ଖସାହି, ଉପରସାହି ତଳା ସାହି ଆଦି ଅଞ୍ଚଳରେ ବୁଲି ପ୍ରଚାରକୁ ଜୋରଦାର କରିଥିଲେ । ଏଥିସହ ପ୍ରତ୍ୟେକ ଓ୍ବାର୍ଡର କାଉନସିଲର ପ୍ରାର୍ଥୀମାନେ ନିଜନିଜ ଓ୍ବାର୍ଡରେ ସମର୍ଥକ ମାନଙ୍କୁ ନେଇ ପ୍ରଚାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ । ମୁଖ୍ୟତଃ କଂଗ୍ରେସ କ୍ଷମତାକୁ ଆସିଲେ ଆଠଗଡ଼ ଏନ୍ଏସି ସମେତ ଆଠଗଡ଼ରେ ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିଲୋପ କରିବା ସହ ଆଠଗଡ଼ରେ ବିକାଶଧାରାକୁ ଆଗେଇ ନେବ ବୋଲି ଭୋଟର ମାନଙ୍କୁ ଅବଗତ କରାଇଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading