ଷ୍ଟବେରୀ ଚାଷ କରି ସମସ୍ତ ପାଇଁ ପାଲଟିଛନ୍ତି ଉଦାହରଣ

Creat A Revolution
           

ପଦ୍ମପୁର (ଜିତୁ ଦାଶ) -: ବର୍ତମାନ ପ୍ରୟତଃ ଜୁବ ପିଢି ପଢା ସରିବା ପରେ ଚାକିରି ପାଇଁ ଧାଉଁଥିବା ବେଳେ କିନ୍ତୁ ନ୍ଖକ୍ସ ବାପାଙ୍କଠୁ ପ୍ରେରଣା ପାଇଁ ପଢା ସାରି ବିଭିନ୍ନ ପ୍ରକାରର ଫଳ ଚାଷରେ ମନ ବୋଳାଇଛନ୍ତି ପଦ୍ମପୁର ଜାମଖେର ଗ୍ରାମର ଦୁଇ ଭାଇ ଅଜିତ ଏବଂ ସୁଜିତ ବିଶ୍ୱାଳ । ସେହି ପରି ତାଙ୍କର ସ୍ଟ୍ରବେରୀ ଚାଷକୁ ନେଇ ଅଂଚଳରେ ବେସ ଚର୍ଚ୍ଚା ।

ନାଲି ନାଲି ସ୍ଟ୍ରବେରି ଦେଖିଲା ମାନେ ପାଟିରୁ ଲାଳ ଗଡିବା ସ୍ୱାଭାବିକ । ପିଲାଠୁ ବୁଢା ଜାଏଁ ସମସ୍ତଙ୍କ ମନ ଜିଣେ ସ୍ଟ୍ରବେରି । କିନ୍ତୁ ବଜାରରେ ଏହାର ଦର କୁ ନେଇ ପ୍ରୟ ସମୟରେ ମନ ଥ୍ଧବ ମଧ୍ୟ ଲୋକେ କିଣି ପାରନ୍ତି ନାହିଁ । ହେଲେ ବର୍ତମାନ ପଦ୍ମପୁର ଅଂଚଳ ରେ ହିଁ ଏହି ଚାଷ କରି ସଫଳ ହୋଇଥିବା ଜାମଖେର ଗ୍ରାମର ଦୁଇ ଭାଇ ସୁଜିତ ଓ ଅଜିତ ବିଶ୍ୱାଳଙ୍କ ପାଇଁ କମ ଦରରେ ବର୍ତମାନ ସତେଜ ସ୍ଟ୍ରବେରି ପାଇ ବେସ ଖୁସି ଲୋକେ । ସ୍ଟ୍ରବେରି କିଲୋ ପିଛା ବଜାରରେ ୬୦୦ ରୁ ୭୦୦ ଥିବା ବେଳେ ୪୦୦ ରୁ ୫୦୦ ଟଙ୍କା ଭିତରେ ବକ୍ରି କରିବା ସହ ବେସ ଲାଭବାନ ହୋଇ ପାରିଛନ୍ତି ଦୁଇଭାଇ । ଏବଂ ଚାଷରେ ସଫଳତା ଦେଖି ବର୍ତମାନ ଅନ୍ୟ ଜୁବକ ମାନେ ମଧ୍ୟ ଚାକିରି ପଛରେ ନ ଧାଇଁ ଚାଷ ପାଇଁ ମନ ବୋଲାଇଛନ୍ତି ।

ପ୍ରଥମେ ମହାରାଷ୍ଟ୍ରରୁ କିଛି ଗଛ ଆଣି ଚାରା ଲଗାଇବା ପରେ ପାଖା ପାଖି ୩୦୦ଟି ଗଛର ଚାରା ପାଇଥିଲେ । ଏବଂ ପରେ ଜଳ ବାୟୁ ନିୟନ୍ତ୍ରଣ ସହ ଥଣ୍ଡା ପରିବେଷ ଦେବା ପାଇଁ ସେର ନରଟରେ ଚାରା ଲଗାଇବା ସହ କୃତ୍ରିମ ଭାବରେ ପ୍ଧଜ୍ଞ ନିୟନ୍ତ୍ରଣ କରି ସ୍ପ୍ରିଙ୍କର୍ଲ ସାହାଜ୍ୟ ରେ ଆବଶ୍ୟକତା ମୁତାବକ ପାଣି ସିଂଚନ କରିବା ସହ ପାଖା ପାଖି ଗୋଟେରୁ ଦୁଇ ମାସ ଗଛ ର ଜତ୍ନ ନେବା ପରେ ଗଛ ରେ ଆସିଥିଲା ଏହି ଲାଲ ଲାଲ ସୁଶ୍ୱାଦୁ ସ୍ଟ୍ରବେରି । ଏବଂ ଏ ନେଇ ବର୍ତମାନ ବିଭିନ୍ନ ଜାଗାରୁ ଚାଷ ସିଖିବା ପାଇଁ ମଧ୍ୟ ତାଙ୍କ ସହ ଯୋଗା ଯୋଗ କରୁଛନ୍ତି ଲୋକେ । ଚାଷ କରି ନଜର ଜିବନ କୁ କିପରି ସ୍ୱାବଲମ୍ବି କରି ପାରିବେ ତାର ଉଦାହରଣ ପାଲଟିଛନ୍ତି ଦୁଇ ଭାଇ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading