ଅଜାତଶତ୍ରୁ ଥିଲେ ସାମ୍ବାଦିକ ଅଜୟ କୁମାର ଜେନା

Creat A Revolution
           

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା-: ବରିଷ୍ଠ ତଥା ଆଦର୍ଶ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗରେ ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି ସଭାରେ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ସଭାପତିତ୍ୱ କରି ସ୍ବର୍ଗତ ଅଜୟ ଜେନା ଅଜାତଶତ୍ରୁ ଥିଲେ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସରୋଜ ନାୟକ, ଲିଲନ ପ୍ରଭା ପାଢ଼ୀ, ରମେଶ ଚନ୍ଦ୍ର ମହାନ୍ତି, ଆଇନିଜୀବୀ ଯୋଗଜନ୍ମା ଚାନ୍ଦ, ବରିଷ୍ଠ ନାଗରିକ ନିତ୍ୟାନନ୍ଦ ପଣ୍ଡା, ଭଗବାନ ଖୁଣ୍ଟିଆ, ରବୀନ୍ଦ୍ର କୁମାର ରାଉତ, ବୀରକିଶୋର ଦାସ, ନବନିର୍ମାଣ କୃଷକ ସଙ୍ଗଠନର ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଜେନାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ବହୁବିଧ ପ୍ରତିଭାର ଗୁଣଗାନ କରିଥିଲେ । ଏପରିକି ତାଙ୍କର କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ପରି ଜଣେ ସରଳ ଓ ଆମାୟିକ ମଣିଷ କୁ ହରାଇ ଆମେ ସମସ୍ତେ ମର୍ମାହତ ବୋଲି ସମସ୍ତ ବକ୍ତା ମାନେ କହିଥିଲେ। ସଭାର ପ୍ରାରମ୍ଭରେ ସ୍ବର୍ଗତ ଜେନାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ସାମ୍ବାଦିକ ତପନ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading