ନିୟମିତ ଗ୍ରାହକଙ୍କୁ ଧୋକାଦେଲା ବିଗବଜାର …!

Creat A Revolution
           

ଭୁବନେଶ୍ୱର -: ନିୟମିତ ଗ୍ରାହକ ହୋଇ ଲାଭ ପାଇବା ଆଶାରେ ବିଗ୍‌ବଜାର ପ୍ରଫିଟ୍ କ୍ଲବ୍‌ର ସଦସ୍ୟ ହୋଇଥିଲେ । କିନ୍ତୁ ଲାଭ ପାଇବେ କ’ଣ, ଏବେ ହଜାର ହଜାର ଟଙ୍କା ହରାଇବାକୁ ଯାଉଛନ୍ତି ଏହି ଗ୍ରାହକମାନେ । ସଦସ୍ୟ ହେବାର ମାସ କେଇଟା ପରେ ରାଜଧାନୀର ଅଧିକାଂଶ ବିଗ୍‌ବଜାର ର୍ଷ୍ଟୋ ବନ୍ଦ ହୋଇଗଲାଣି । ତେଣୁ ପ୍ରଫିଟ୍ କ୍ଲବ୍‌ର ସଦସ୍ୟମାନେ ଜମା କରିଥିବା ଟଙ୍କା କେଉଁଠୁ ପାଇବେ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଟଙ୍କା ବୁଡ଼ିଯିବା ଆଶଙ୍କାରେ ସେମାନେ ଅଭିଯୋଗ କରିଛନ୍ତି ।

୧୦ ହଜାର ଟଙ୍କା ଦେଇ କାର୍ଡ ନେଇଥିଲେ ଗୋଟିଏକୁ ଛାଡ଼ି ସବୁ ଷ୍ଟୋର ବନ୍ଦ

ଅଭିଯୋଗ ଅନୁସାରେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ବିଷ୍ଣୁ ମିଶ୍ର ଏଭଳି ବର୍ଗର ଉପଭୋକ୍ତା ହୋଇଥିଲେ । ସେ ପ୍ରାୟ ୫ ମାସ ତଳେ ପାତ୍ରପଡ଼ା ଡିଏନ୍ ରେଗାଲିଆ ସ୍ଥିତ ବିଗ୍‌ବଜାରର ପ୍ରଫିଟ୍ କ୍ଲବ୍‌ର ସଦସ୍ୟ ହୋଇଥିଲେ । ନିୟମାନୁସାରେ ସେ ୧୦ ହଜାର ଟଙ୍କା ଜମା କରି ଏକ କାର୍ଡ ପାଇଥିଲେ । ଚୁକ୍ତି ଅନୁସାରେ ତାଙ୍କୁ ୧୨ ମାସ ପର୍ଯ୍ୟନ୍ତ ପ୍ରତି ମାସରେ ୧ ହଜାର ଟଙ୍କାର ସାମଗ୍ରୀ ମିଳିବାର ଥିଲା । ଅର୍ଥାତ୍ ପ୍ରଫିଟ୍ କ୍ଲବ୍ ସଦସ୍ୟ ଭାବେ ସେ ୨ ହଜାର ଟଙ୍କା ଲାଭ ପାଇଥା’ନ୍ତେ । କିନ୍ତୁ ଶ୍ରୀ ମିଶ୍ରଙ୍କ କହିବା କଥା ସେ ମାତ୍ର ୪ ମାସ ମାସିକ ହଜାରେ ଟଙ୍କାର ସାମଗ୍ରୀ ନେଇଛନ୍ତି ।

ଅର୍ଥାତ୍ ସେ ୪ ହଜାର ଟଙ୍କାର ସାମଗ୍ରୀ ନେଇଛନ୍ତି । ବାକି ୮ ମାସର ସାମଗ୍ରୀ ପାଇବା କଥା । କିନ୍ତୁ ପଞ୍ଚମ ମାସରେ ସେ ଯିବା ବେଳକୁ ସେହି ଷ୍ଟୋର୍ ବନ୍ଦ ହୋଇଯାଇଥିଲା । ସେ ରାଜଧାନୀର ଅନ୍ୟ ସବୁ ବିଗ୍‌ବଜାରକୁ ଯାଇ ସବୁ ଷ୍ଟୋର ବନ୍ଦ ହୋଇଯାଇଥିବା ଦେଖିଥିଲେ । କେବଳ ପଟିଆରେ ଖୋଲାଥିଲା । ସେଠାକୁ ଯାଇ ଶ୍ରୀ ମିଶ୍ର ଟଙ୍କା ଫେରସ୍ତ କିମ୍ବା ବାକି ୮ ମାସର ସାମଗ୍ରୀ ପ୍ରସଙ୍ଗ କହିଥିଲେ । କିନ୍ତୁ ସେଠିକା କର୍ମଚାରୀଙ୍କୁ ସେଭଳି କୌଣସି ନିର୍ଦ୍ଦେଶ ନାହିଁ ବୋଲି ସେମାନେ କହିଥିଲେ । ତେଣୁ ଶ୍ରୀ ମିଶ୍ର ହତାଶ ହୋଇ ଘରକୁ ଫେରିଥିଲେ । ତେବେ କେବଳ ଶ୍ରୀ ମିଶ୍ର ନୁହଁନ୍ତି, ଆହୁରି ହଜାର ହଜାର ପ୍ରଫିଟ୍ କ୍ଲବ୍ ସଦସ୍ୟ ସମାନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେଉଁମାନେ ପ୍ରଫିଟ୍ କ୍ଲବ୍‌ର ସଦସ୍ୟ ହୋଇଥିଲେ, ସେମାନେ ଏବେ କରିବେ କଣ? ତାଙ୍କ ଟଙ୍କା ବୁଡ଼ିଯିବ କି? ନା କେମିତି ଫେରସ୍ତ ପାଇବେ? କିଏ ପ୍ରତିଶ୍ରୁତି ଦେବ? ନା ଟଙ୍କା ବଦଳରେ ସାମଗ୍ରୀ ମିଳିବ? ସାଧାରଣରେ ଏଭଳି ଏକାଧିକ ପ୍ରଶ୍ନ ଛିଡ଼ା ହୋଇଛି । ଏ ସମ୍ପର୍କରେ ବିଗ୍‌ବଜାର କର୍ତ୍ତୃପକ୍ଷକଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading