କ୍ଷମତାରେ ଅନ୍ଧ ହୋଇଯାଇଛି ବିଜେଡି, ଅଶାନ୍ତ ଓଡିଶା

Creat A Revolution
           

ଭୁବନେଶ୍ୱର -: ‘କ୍ଷମତା ଅନ୍ଧ- ଉଦ୍ଦେଶ୍ୟ ମନ୍ଦ’ ଥିବା ଶାସକ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କ ‘କଥାରେ ଅହିଂସା-କାମରେ ହିଂସା’ ଏବଂ ଯାହା ବି ହେଉ- କ୍ଷମତା ରହୁ’ ନୀତି କାରଣରୁ ଓଡ଼ିଶା ଆଜି ପଶ୍ଚିମବଙ୍ଗ ମୁହାଁ ଆଡ଼େ ଗତି କରୁଛି ବୋଲି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ନିର୍ବାଚନ ସମୟରେ ରାଜ୍ୟରେ ଦକ୍ଷିଣରୁ ଉତ୍ତର, ପୂର୍ବରୁ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଜେଡିର ଦୈାରାତ୍ମ୍ୟ, ହିଂସାକାଣ୍ଡ, ବିଜେପି ପ୍ରାର୍ଥୀଙ୍କୁ ଧମକ, ମରଣାନ୍ତକ ଆକ୍ରମଣ ଘଟଣା ଆଜି ଶାନ୍ତିପ୍ରିୟ ଓଡ଼ିଶାକୁ ଅଶାନ୍ତ କରିଦେଇଛି । ପୁଲିସ ଓ ପ୍ରଶାସନର ବିଶ୍ୱସନୀୟତାକୁ ସାଧାରଣରେ ବହୁ ପ୍ରଶ୍ନବାଚୀ ଉଠିଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ରମାରଞ୍ଜନ ବଳିୟାରସିଂହ, ଦିଲ୍ଲୀପ ମଲ୍ଲିକ, ମନୋରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading