ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଆଜି ପୌର ନିର୍ବାଚନର ମତଗଣନା ଚାଲିଥିବା ବେଳେ ପ୍ରଥମ ଥର ପାଇଁ ନବ ଗଠିତ ବିଜେପୁର ଏନ .ଏ .ସି ପାଇଁ ଗତ ୨୪ ତାରିଖରେ ମତଦାନ ହୋଇଥିଲା । ଆଜି ବିଜୁ ଜନତା ଦଳର ଅଧ୍ୟକ୍ଷା ପ୍ରାର୍ଥୀ ଶ୍ରୀମତୀ ସୀତା ବାରିକ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ପାର୍ଟିର ପଦ୍ମାବତୀ ଦେହେରୀଙ୍କୁ ପରାସ୍ତ କରି ବିଜେପୁର ଏନ .ଏ .ସିର ପ୍ରଥମ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି ।
ନିର୍ବାଚନରେ ବିଜୟ ଲାଭ କରିଥିବା ସୀତା ବାରିକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି । ସେହିଭଳି ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର ନୂତନ ଅଧ୍ୟକ୍ଷା ଭାବରେ ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ସାବିତ୍ରୀ ବାଗ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ରଞ୍ଜୁ ସେଠ ଙ୍କୁ ପରାସ୍ତ କରି ପଦ୍ମପୁର ଏନ.ଏ.ସି ର ଅଧ୍ୟକ୍ଷା ଭାବେ ବିଜୟୀ ହୋଇଥିବାବେଳେ, ବରଗଡ଼ ପୈାରପରିଷଦର ଅଧ୍ୟକ୍ଷା ଭାବେ ବିଜେଡି ଦଳର ଶ୍ରୀମତୀ କଳ୍ପନା ମାଝି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ଦଳର ଅଧ୍ୟକ୍ଷା ପ୍ରାର୍ଥୀନୀ ଶ୍ରୀମତୀ ଅନୁରାଧା ଅଗ୍ରଓ୍ବାଲଙ୍କୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଥିବା ବେଳେ, ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ ସ୍ୱାଧିନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ଶ୍ରୀମାନ ଦିନେଶ ଗହୀର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଶ୍ରୀମାନ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କୁ ପରାଜିତ କରି ବରପାଲି ଏନ.ଏ.ସି ର ଅଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି ।
Discover more from odia.bnslive.in
Subscribe to get the latest posts sent to your email.