ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ବାଇଡେନଙ୍କୁ ଆକ୍ରମଣ କଲେ ଟ୍ରମ୍ପ …!

Creat A Revolution

ୱାସିଂଟନ -: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ସେ ବର୍ତ୍ତମାନ ରାଷ୍ଟ୍ରପତି ଥାଆନ୍ତେ, ତେବେ ଭ୍ଲାଦିମିର ପୁଟିନଙ୍କୁ ପରମାଣୁ ଯୁଦ୍ଧର ଧମକ ଦେଇଥାନ୍ତେ । ଟ୍ରମ୍ପ କହିଛନ୍ତି, “ମୁଁ ଶୁଣିଛି ଯେ ପୁଟିନ କ୍ରମାଗତ ଭାବରେ ‘ପରମାଣୁ’ ଶବ୍ଦ ବ୍ୟବହାର କରୁଛନ୍ତି । ଯଦି ମୁଁ ଏବେ ରାଷ୍ଟ୍ରପତି ଥାଆନ୍ତି, ତେବେ ଏହାର ଜବାବ ଦେଇଥାନ୍ତି । ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉଦ୍ଦେଶ୍ୟରେ ଟ୍ରମ୍ପଙ୍କ ଏହି ବିବୃତ୍ତି ସାମ୍ନାକୁ ଆସିଛି । ଋଷ-ୟୁକ୍ରେନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଯୁଦ୍ଧ ହେଉଥିବାବେଳେ ଯଦିଓ ନାଟୋ ଦେଶ ଏବଂ ଆମେରିକା ୟୁକ୍ରେନକୁ ସମର୍ଥନ କରୁଛନ୍ତି କିନ୍ତୁ ଋଷ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।

ଆଉ ଏଭଳି ସ୍ଥିତିରେ ୟୁକ୍ରେନରେ ହାଇପରସୋନିକ ମିସାଇଲ ମାଡ଼ କରି କେବଳ ନାଟୋ ନୁହେଁ ଆମେରିକାକୁ ଚ୍ୟାଲେଞ୍ଜ କରିଛି । ଏହି ଘଟଣାକୁ ନେଇ ଏକ ସାକ୍ଷାତକାରରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ, ‘ଆମେ ସବୁଠାରୁ ବଡ ଆଣବିକ ଶକ୍ତି ସମ୍ପନ୍ନ ଦେଶ ହୋଇଥିବାବେଳେ ବିଶ୍ୱର ସବୁଠାରୁ ଅଧିକ ବୁଡ଼ାଜାହାଜ ଆମ ପାଖରେ ଅଛି । ଆମ ପାଖରେ ସବୁଠୁ ଶକ୍ତିଶାଳୀ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ଅଛି । ତୁମେ(ବାଇଡେନ) ସେମାନଙ୍କୁ(ଋଷ) ପରମାଣୁ ଆକ୍ରମଣ ଧମକ ଦେବା ଉଚିତ । ହଜାର ହଜାର ଲୋକ ସେଠାରେ (ୟୁକ୍ରେନ) ମରୁଛନ୍ତି । ଆଉ ସବୁକିଛି ନିରବରେ ସହିଯିବା ଠିକ ହେଉନାହିଁ । ମୁଁ ଯଦି ରାଷ୍ଟ୍ରପତି ଥାଆନ୍ତି ତେବେ ପରମାଣୁ ଆକ୍ରମଣ ଧମକ ଦେଇଥାନ୍ତି’ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!