ରାଜ୍ୟସ୍ତରୀୟ ଜୁନିଅର ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ଉଦଯାପିତ

Creat A Revolution
           

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା

)-: ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ଛେଲିଆଗଡ଼ ଜୟଦୁର୍ଗା ପଡିଆରେ ଦୁଇ ଦିନ ଧରି ଅନୁଷ୍ଠିତ ୨୭ ତମ ରାଜ୍ୟସ୍ତରୀୟ ଜୁନିଅର ବାଳକ ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ଉଦ୍ ଯାପିତ ହୋଇଯାଇଛି । ରାଜ୍ୟ ହ୍ୟାଣ୍ଡବଲ୍ ଆଡ଼ହକ୍ କମିଟି ଓ ଜଗତସିଂହପୁର ଜିଲ୍ଲା ହ୍ୟାଣ୍ଡବଲ୍ ଆସୋସିଏସନ୍ ର ମିଳିତ ସହଯୋଗରେ ଆୟୋଜିତ ଏହି ଚମ୍ପିୟାନସିପ୍ ରେ ଆଠଟି ଜିଲ୍ଲାର ୧୨୮ ଜଣ ହ୍ୟାଣ୍ଡବଲ ପ୍ରତିଯୋଗୀ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ଯାଜପୁର ଜିଲ୍ଲାହ୍ୟାଣ୍ଡବଲ ଟିମ ଚମ୍ପିୟାନ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲା ହ୍ୟାଣ୍ଡବଲ ଟିମ ରନର୍ସ୍ ଅପ୍ ହୋଇଥିଲା ।

ଜଗତସିଂହପୁର ଓ ଗଞ୍ଜାମଜ଼ିଲ୍ଲା ହ୍ୟାଣ୍ଡବଲ ଟିମ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉଦ୍ ଯାପନି ସଭାରେ ଜଗତସିଂହପୁର ଜିଲ୍ଲା ହ୍ୟାଣ୍ଡବଲ୍ ଆସୋସିଏସନ୍ ର ସଂପାଦକ ଆଇନଜୀବି ଶାରଦା ପ୍ରସାଦ ଦାସ ସଭାପତିତ୍ବ କରିଥିଲାବେଳେ ରାଜ୍ୟ ଆଡ଼ହକ୍ କମିଟି ଚେୟାରମ୍ୟାନ୍ ଋତିକ୍ ଅଧିକାରୀ, ବୈଷୟିକ କମିଟି ମୁଖ୍ୟ ତଥା ଜିଲ୍ଲା ହ୍ୟାଣ୍ଡବଲ୍ ଆସୋସିଏସନ୍ ର ମୁଖ୍ୟ ପ୍ରଶିକ୍ଷକ ପ୍ରିୟନାଥ ରାୟ, ଜଗତସିଂହପୁର ଜିଲ୍ଲା ହ୍ୟାଣ୍ଡବଲ୍ ଆସୋସିଏସନ୍ ସଭାପତି ବିପ୍ଳବ୍ କୁମାର ଚୈ।ଧୁରୀ, ଜିଲ୍ଲା ଓକିଲ ସଂଘ ସଂପାଦକ ନରେଶ ଦାସ, ଯାଜପୁର ଜିଲ୍ଲା ହ୍ୟାଣ୍ଡବଲ୍ ଆସୋସିଏସନ୍ ସଂପାଦକ ରମେଶ ଚନ୍ଦ୍ର ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ତଥା ଜଗତସିଂହପୁର ଜିଲ୍ଲାରେ ହ୍ୟାଣ୍ଡବଲ୍ ଖେଳର କିପରି ଆହୁରି ଉନ୍ନତି ହୋଇପାରିବ ସେ ବିଷୟରେ ଵକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଅତିଥିମାନେ ଚମ୍ପିୟାନ ଓ ରନର୍ସ୍ ଅପ୍ ଦଳ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading