ଆରପାରିରେ ପଶ୍ଚିମାଞ୍ଚଳର ଟାଣୁଆ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ

Creat A Revolution
           

ବରଗଡ଼(ନିରଞ୍ଜନ ତ୍ରିପାଠୀ) -: ପଶ୍ଚିମାଞ୍ଚଳର ଜଣେ ଟାଣୁଆ କଂଗ୍ରେସ ନେତା,ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ବରଗଡ଼ ଜିଲ୍ଲା ବରପାଲି ନିବାସୀ ସ୍ବର୍ଗତ ସେଠ କଂଗ୍ରେସରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୯୫ ବିଧାନସଭା ନିର୍ବାଚନରେ ବିଜେପୁର ଆସନରୁ ନିର୍ବାଚିତ ହେବା ସହିତ ତତ୍କାଳୀନ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଶିକ୍ଷାମନ୍ତ୍ରୀ ଦାୟିତ୍ଵ ତୁଲାଇବା ସହ ଶକ୍ତି ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଭାବେ ସୁରୁଖୁରୁରେ କାର୍ଯ୍ୟ ନିର୍ବାହ କରିଥିଲେ।

ଗତ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ହୋଇ,ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ଲଢିଥିଲେ ସତ ହେଲେ ପରାଜିତ ହୋଇଥିଲେ । ଶନିବାର ସେ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ।ସେ ଦିର୍ଘ ଦିନରୁ ମଧୁମେହ ରୋଗରେ ପିଡୀତ ଥିଲେ । ପରେ ତାଙ୍କୁ ବରପାଲିର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଦେହାନ୍ତରେ ସମଗ୍ର ପଶ୍ଚିମ ଓଡ଼ିଶା ରେ ଶୋକରଛାୟା ଖେଳିଯାଇଛି।ତାଙ୍କ ଅକାଳ ବିୟୋଗ ରେ ବରଗଡ ଜିଲ୍ଲା କଂଗ୍ରେସ ଦଳର ସଭାପତି ନିହାର ରଞ୍ଜନ ମହାନନ୍ଦ, କଂଗ୍ରେସ ଦଳର ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ କୁମାର ଦେବତା, ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟ ଗତି କୃଷ୍ଣ ଭୋଇ, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ପାଇକମାଳ ବ୍ଳକ ସଭାପତି ବିନୋଦ କୁମାର ବିଶ୍ବାଳ, ପୂର୍ବତନ ପାଇକମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନୋଦ କାଲିଆ, ପଦ୍ମପୁର ବ୍ଳକ ସଭାପତି ଚମ୍ପକେଶ୍ୱର ପୁରୋହିତ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading