ବିଦ୍ୟୁତ ଆଘାତରେ ଚାଷୀଙ୍କ ମୃତ୍ୟୁ, କ୍ଷତିପୁରଣ ଦାବିରେ ରାଜପଥ ଅବରୋଧ

Creat A Revolution
           

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲା କଳାପାଣି ଛକର ଆନ୍ଧ୍ର ପଡ଼ାର ଏସ. ସତ୍ ରାଜୁ (୬୫)ଙ୍କ ମଙ୍ଗଳବାର ବିଦ୍ୟୁତ୍ ସ୍ପର୍ଶରେ ମୃତ୍ୟୁ ହୋଇଯାଇଛି। ସେ ଆଜି ସକା​‌ଳେ ଗାଈମାନଙ୍କ ପାଇଁ ବିଲରୁ ଘାସ କାଟିବାକୁ ଯାଉଥିବାବେଳେ ବିଲରେ ବିଳମ୍ବିତ ରାତିରେ ଛିଣ୍ଡି ପଡ଼ିଥିବା ୧୧ କେ.ଭି ବିଦ୍ୟୁତ ତାରର ସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଏ ନେଇ ସ୍ଥାନୀୟ ଲୋକେ ବିଦ୍ୟୁତ ବିଭାଗକୁ ବାରମ୍ବାର ଜଣାଇବା ପରେ ମଧ୍ୟ ବିଦ୍ୟୁତ କର୍ମଚାରୀ ଘଟଣାସ୍ଥଳରେ ନ ପହଞ୍ଚିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ୮ଟାରୁ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଚାପା ଉତ୍ତେଜନା ଦେଖାଯିବାରୁ ବରଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିଥିଲେ ।ଆନ୍ଦୋଳନକାରୀ ମୃତକଙ୍କ ପରିବାରକୁ ବିଦ୍ୟୁତ ବିଭାଗ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ ।

ମୃତକଙ୍କ ପରିବାରକୁ ଅତାବିରା ବିଭାଗୀୟ ଏସ.ଡ଼ି.ଓ କମ୍ପାନୀ ପକ୍ଷରୁ ୨ଲକ୍ଷ ଟଙ୍କାର ଚେକ ପ୍ରଦାନ କରିବା ପରେ ଅପରାହ୍ନ ୧ଟାରେ ଅବସ୍ଥା ସ୍ବାଭାବିକ ହୋଇଥିବା ଜଣାଯାଇଛି । ମୃତକଙ୍କ ନାତି ସାବାଳକ ହେଲେ ସେମାନଙ୍କ ମଧ୍ୟରୁ ଜଣକୁ ବିଦ୍ୟୁତ ବିଭାଗର ଏକ ଠିକା ସଂସ୍ଥାରେ ନିଯୁକ୍ତି ଦିଆଯିବା ବ୍ୟବସ୍ଥା କରାଯିବ ବୋଲି ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି । ଦୀର୍ଘ ସମୟ ଧରି ରାଜ ରାସ୍ତା ଅବରୋଧ ହୋଇଥିବାରୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାଯାଇଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading