ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କୁ ସୁରକ୍ଷା ଦେଉଥିଲା କିଏ?

Creat A Revolution
           

ଭୁବନେଶ୍ୱର -: ମାନସ ହତ୍ୟାକାଣ୍ଡ ପଛରେ ଅଶ୍ଳୀଳ ଓ ଅନ୍ତରଙ୍ଗ ଦୃଶ୍ୟ କଏଦ୍ ହୋଇଥିବା ମେମୋରି ଚିପ୍ ହିଁ ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି । ସୂଚନା ଓ ଲୋକମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଓ କିଛି ପ୍ରଭାବଶାଳୀଙ୍କ ଭିଡିଓ ରହିଥିବା କୁହାଯାଉଛି । ଏପରିକି ପୁରୀ ସମୁଦ୍ର କୂଳ ଓ ହୋଟେଲରେ ନିରଞ୍ଜନ ଓ ଯୁବତୀଙ୍କ ସହ ଅନ୍ତରଙ୍ଗ ଏବଂ ଅଶ୍ଳୀଳ ମୁହୂର୍ତ୍ତର ଭିଡିଓ ରହିଥିଲା । ଏହି ଚିପ୍ ମାନସଙ୍କ ପାଖରେ ରହିଥିବା ବେଳେ ସେ ଜାନୁଆରି ୩୦ ତାରିଖରେ ଚାକିରି ଛାଡ଼ି ଦେଇଥିଲେ ।

ଚିପ୍ ଫେରାଇ ଦେବା ପାଇଁ ଶର୍ମିଷ୍ଠା ଓ ନିରଞ୍ଜନ ଚାପ ପକାଉଥିଲେ । ଦରମା ଦେଲେ ଚିପ୍ ଫେରାଇବେ ବୋଲି ମାନସ କହୁଥିଲେ । ଯେଉଁଥିପାଇଁ ତାଙ୍କୁ ଅପହରଣ ପରେ ହତ୍ୟା କରାଗଲା । ଖାଲି ନିରଞ୍ଜନ ନୁହେଁ, ପ୍ରଭାବଶାଳୀ ଓ ରାଜନେତାଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ ଅଭିଯୋଗ ଉଠିଛି । ତେବେ ଏହି ରହସ୍ୟ ଉପରୁ କ୍ରାଇମବ୍ରାଞ୍ଚ ପରଦା ଉଠାଇ ପାରିବ କି? ଚିପ୍‌କୁ ଅଭିଯୁକ୍ତମାନେ ନଷ୍ଟ କରିଦେଇଛନ୍ତି ନା ମାନସ କେଉଁଠି ଲୁଚାଇ ରଖିଥିଲେ? ସେହିପରି ହତ୍ୟା ପୂର୍ବରୁ ମାନସ ଦୟାଲ ଆଶ୍ରମର ବନ୍ଦୀ ଘରେ ଯେଉଁ ଚିଠି ଲେଖିଥିବା ନେଇ କେୟାରଟେର୍କ କହିଥିଲେ, ସେ ଚିଠି ଏବେ କାହା ପାଖରେ?

Subscribe Now BNS Bhakti

ଶର୍ମିଷ୍ଠାଙ୍କ ହାତରେ ଚିଠି ଦେଇଥିବା କଥା କୁହାଯାଉଥିବା ବେଳେ ତାହାକୁ କେଉଁଠି ନଷ୍ଟ କରିଦେଇଛନ୍ତି? ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଏବେ କେଉଁଠି? ଶର୍ମିଷ୍ଠାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ଲାଗି ପୁଲିସ ଉପରେ କିଏ ଚାପ ପକାଉଥିଲା? ଶର୍ମିଷ୍ଠା ଫେର୍ରା ହେବା ପରେ କିଏ ତାଙ୍କୁ ଲୁଚାଇଥିଲା? ଫେର୍ରା କରାଇବାକୁ କିଏ ସହଯୋଗ କରିଥିଲା? ଅଭିଯୁକ୍ତଙ୍କୁ ଜେରା ପରେ ଏ ସବୁ ଗୁମର ଖୋଲିବ ବୋଲି ଜଣେ ଅଧିକାରୀ କହିଛନ୍ତି ।

କିଏ କଣ କହିଲେ?


ଶର୍ମିଷ୍ଠାକୁ ଫାଶୀ ମିଳୁ: ମାନସଙ୍କ ମା’


‘ମୋ ପୁଅକୁ ଯେମିତି ନିର୍ଯାତନା ଦେଇ ମାରିଛନ୍ତି, ସେମାନଙ୍କୁ ବି ସେମିତି ଦଣ୍ଡ ମିଳୁ । ଶର୍ମିଷ୍ଠାଙ୍କୁ ଫାଶୀ ମିଳିବା ଦରକାର ।’ ଆଜି ଶର୍ମିଷ୍ଠା ଗିରଫ ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି କ୍ୟାମେରାମ୍ୟାନ୍ ମାନସଙ୍କ ମା’ ଜୟନ୍ତୀ ସ୍ୱାଇଁ ।

ଝିଅକୁ ଦଣ୍ଡ ମିଳୁ, ପୁଅକୁ ଛାଡ଼ନ୍ତୁ: ଶର୍ମିଷ୍ଠାଙ୍କ ମା’


ଝିଅ ଯଦି ଦୋଷ କରିଛି, ତା’ ବିରୋଧରେ ଯଦି ପ୍ରମାଣ ମିଳୁଛି, ତାହେଲେ ଦଣ୍ଡ ଦିଆଯାଉ । କିନ୍ତୁ ୮ ଦିନ ହେଲା ଜେଲରେ ଥିବା ପୁଅକୁ ଛାଡ଼ି ଦିଆଯାଉ । ଶର୍ମିଷ୍ଠା ଗିରଫ ହେବା ପରେ ଗଣମାଧ୍ୟମ ଆଗରେ ଆଜି ଏମିତି ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ମା’ ।

‘ସ୍ତ୍ରୀ ଦୋଷ କରିଥିଲେ ଦଣ୍ଡ ମିଳୁ’


ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଝୁନାଙ୍କ ସ୍ୱାମୀ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଯଦି ତାଙ୍କ ସ୍ତ୍ରୀ ଦୋଷ କରିଛି ତାହେଲେ ଦଣ୍ଡ ଦିଆଯାଉ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading