ପୁରେନା ସାଇନିଙ୍ଗ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବିକ୍ରମନଗର ଚ୍ୟାମ୍ପିଆନ

Creat A Revolution
           

ବରଗଡ଼:- ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମର ଗୌରେସନ ମିନି ଷ୍ଟାଡିୟମ ରେ ପୁରେନା ସାଇନିଙ୍ଗ ଷ୍ଟାର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି।

https://youtu.be/ZrVjzJVkRF8
subscribe now BNS News

ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ୨୪ଟି ଗ୍ରାମର କ୍ରିକେଟ ଖେଳାଳୀଦଳ ଯୋଗ ଦେଇଥିଲେ।ଆଜି ବିକ୍ରମନଗର ଓ ଶିକାରୀପାଲି କ୍ରିକେଟ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ମ୍ୟାନ୍ ଅଫ ଦି ମ୍ୟାଚ୍ ରୂପେ ବିକ୍ରମନଗର ଗ୍ରାମର ଶ୍ରୀ ପଦ୍ମନ ଓ ମ୍ୟାନ ଅଫ ଦି ସିରିଜ୍ ରୂପେ ଶିକାରୀପାଲି ଗ୍ରାମର ଶ୍ରୀ କମଲେଶ ମନୋନୀତ ହୋଇଥିଲେ। ମ୍ୟାଚ୍ରେ ଚମ୍ପିୟାନ ହୋଇଥିବା ବିକ୍ରମନଗର କ୍ରିକେଟ ଦଳକୁ ନଗଦ ୧୨ହଜାର ଟଙ୍କା ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର ଶିକାରୀପାଲି କ୍ରିକେଟ ଦଳ କୁ ୬ହଜାର ଟଙ୍କା ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଧିରେନ୍ ମହାନ୍ତି ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରତୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦ ସୁନା ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ରୂପେ ସମିତି ସଭ୍ୟ ରାଇସ ମହମ୍ମଦ,ଗାଁ କମିଟି ସମ୍ପାଦକ ତଥା ଶିକ୍ଷକ ହରିକୃଷ୍ଣ ଡନସନା,ଶିକ୍ଷକ ଉଗ୍ରେସନ ପ୍ରଧାନ,ୱାର୍ଡମେମ୍ବର କୌଶଲ୍ୟା ଧରୁଆ,ଯଶଦେବ ସିଂ, ମତିଲାଲ ଧରୁଆ,ଜିତେନ୍ଦ୍ରିୟ ମହାନ୍ତି,ସୁରେନ୍ଦ୍ର ନାୟକ,କେଶବ ଡନସନା ପ୍ରମୁଖ ଯୋଗ ଦେଇଥିଲେ।ଖେଳ ପଡିଆ ପାଇଁ ପ୍ରାୟ ଏ ୨:୩୦ ଜମି ଦାନ କରିଥିବା ଗାଁ ଗୋନ୍ତିଆ ଗୌରେସନ ଧରୁଆଙ୍କୁ ସ୍ଵତନ୍ତ୍ର ଭାବେ ପୁରେନା ସାଇନିଙ୍ଗ ଷ୍ଟାର କ୍ରିକେଟ ପକ୍ଷରୁ ସ୍ୱତନ୍ତ୍ର ଭାବେ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ଓ ଉକ୍ତ ପଡିଆକୁ ଗୌରେସନ ମିନି ଷ୍ଟାଡିୟମ ରୂପେ ନାମକରଣ କରାଯାଇଥିଲା। ପରିଶେଷରେରେ ଦୁଃଶାସନ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading