୭୫ବର୍ଷ ପୂର୍ତ୍ତି ଅବସରରେ ପ୍ଳାଟିନମ ଜୁବଲି ପାଳନ ପାଇଁ ପ୍ରସ୍ତୁତି ବୈଠକ

Creat A Revolution
           

ବରଗଡ(ନିରଞ୍ଜନ ତ୍ରିପାଠୀ)-: ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଐତିହସଂପନ ନୋଡାଲ ଉଚ୍ଚ ବିଦ୍ୟାଳୟ (ପ୍ଲାଟିନମ୍ ଜୁବଲି) ୭୫ ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଳୟ ପରିସରରେ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପରିଚାଳନା କମିଟୀ ଅଧ୍ୟକ୍ଷ ଏକାଦଶୀଆ ହଟେଇ ।

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନେତ୍ରାନଂଦ ବାରିକ ସ୍ଵାଗତ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଆଗାମୀ ଜୁଲାଇ ମାସ ସୁଦ୍ଧା ସମସ୍ତ ସହିତ ସମନ୍ଵୟ ରକ୍ଷା କରି ଭଲ ଭାବରେ ପାଳନ କରାଯିବ, ସେ ବିଷୟରେ ଅଧିକ ଆଲୋଚନା ହୋଇଥିଲା।

https://youtu.be/dVFvDYhzYEI
subscribe now

ଏହି ସମୟରେ ପୂର୍ବତନ ଛାତ୍ର ଡାଃ ମନୋରଞ୍ଜନ ମେହେର, ରାମଜୀ ରଣା, ଗୋପାଳ ସେଠ୍, ବିଜୟ କୁମାର ଜେଶୱାଲ, ବିକ୍ରମ ଭୋଇ, ବଲରାମ ମହାନନ୍ଦ, ଅକୁଂର ପ୍ରଧାନ, ହରମୋହନ ସେଠ, ଗଙ୍ଗାଧର ମେହେର, ପ୍ରଭଞ୍ଜନ ଶତପଥୀ, ବଳଦେବ ରଣା, ରୋହିତ କଲେତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଗାମୀ ୭ ତାରିଖ ଅପରାହ୍ନ ୪ ଟା ସମୟରେ ଏକ ବୈଠକ ଅନୁଷ୍ଠିତ ହେବ, ସମସ୍ତ ପୁରାତନ ଛାତ୍ର ଓ ବର୍ତମାନର ଛାତ୍ରଛାତ୍ରୀ ମାନେ ଯୋଗଦେଇ ନିଜ ମତାମତ ଉପସ୍ଥାପନ କରିବେ। ପରିଶେଷରେ ପର୍ଶୁରାମ ପାତ୍ର ଧନ୍ୟବାଦ ଦେଇଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading