ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଓଡ଼ିଶାର ୪ ଟି ଜିଲ୍ଲାର ପାଖାପାଖି ୧୦୦ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶ ରାଜ୍ୟ ଅନ୍ତର୍ଗତ ତିରୁପତି ଜିଲ୍ଲାର ଏକ ଇଟାଭାଟିକୁ କାମ କରିଯାଇ ନିର୍ଯାତନାର ଶିକାର ହେଉଥିଲେ ଯାହାଙ୍କୁ ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ଉଦ୍ୟମ କ୍ରମେ ଉଦ୍ଧାର କରାଯାଇଛି ।
ସେମାନେ ବର୍ତ୍ତମାନ ଟ୍ରେନ ଯୋଗେ ଓଡ଼ିଶା ଫେରୁଥିବା ସୂଚନା ମିଳିଛି ।ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ପୁଟୁକିଡୁଙ୍ଗୁରୀ ଗ୍ରାମର କିଛି ପ୍ରବାସୀ ଶ୍ରମିକ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ ।ତାଙ୍କ ସହ ପଡ଼ୋଶୀ ଜିଲ୍ଲା ନୂଆପଡା ଏବଂ ବଲାଙ୍ଗୀର ର ମଧ୍ୟ କିଛି ଶ୍ରମିକ ଥିଲେ । ସେଠାରେ ଇଟାଭାଟି ମାଲିକ କିଛିଦିନ ଭଲଭାବରେ କାମ କରେଇବା ପରେ ଅକଥନୀୟ ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲେ ।
ସେମାନେ ଜଣେ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଦୀପା ବାରିକଙ୍କୁ ଯୋଗାଯୋଗ କରିଥିଲେ ।ଦୀପା ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସଙ୍କୁ ଟ୍ୱିଟର ମାଧ୍ୟମରେ ଯୋଗାଯୋଗ କରିଥିଲେ,ସେମାନେ ତତ୍ପରତା ସହ ତିରୁପତି ପୋଲିସ କୁ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏହାଛଡ଼ା ଓଡ଼ିଶା ଶ୍ରମ ବିଭାଗ କମିଶନର ଥିରୁମାଲା ନାଏକ ମଧ୍ୟ ତିରୁପତି ପୋଲିସ ଏବଂ ଶ୍ରମ ବିଭାଗ ସହ ଯୋଗାଯୋଗ ସାଧନ କରି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଜଣେଇଥିଲେ ।
ଶନିବାର ଦିନ ସ୍ଥାନୀୟ ପୋଲିସ ବିଭାଗ ଏବଂ ଶ୍ରମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ଶ୍ରମିକ ମାନଙ୍କ ଦୁଃଖ ବୁଝିଥିଲେ ।ସେମାନେ ଘରକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଇଚ୍ଛା କରିଥିବାରୁ ସ୍ଥାନୀୟ ପୋଲିସ ଉକ୍ତ ଶତାଧିକ ପ୍ରବାସୀ ଶ୍ରମିକଙ୍କ ପାଇଁ ଟିକେଟ ବ୍ୟବସ୍ଥା କରି ଟ୍ରେନ ଯୋଗେ ପଠେଇଛନ୍ତି । ଦୀପାଙ୍କ ଏହି ପ୍ରୟାସକୁ ଶ୍ରମିକ ମାନେ ଉଚ୍ଚ ପ୍ରଶଂସା କରିବା ସହ ଆଶୀର୍ବାଦ ପ୍ରଦାନ କରିଛନ୍ତି
Discover more from odia.bnslive.in
Subscribe to get the latest posts sent to your email.