ବରଗଡ଼-:ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କୁଚିପାଲି ଗ୍ରାମର ଅସହାୟ ୬୫ବର୍ଷିୟା ଗୁଲାବତୀ ଭୋଇଙ୍କୁ ସୋହେଲା ପଞ୍ଚାୟତସମିତି ଅଧ୍ୟକ୍ଷା ଶ୍ରୀମତୀ ବବି ପ୍ରଧାନ ସହାୟତାର ହାତ ବଢ଼ାଇ ଲୋକଙ୍କ ଠାରୁ ବେଶ ପ୍ରଶଂସା ସାଉଁଟିଛନ୍ତି ।
ଶ୍ରୀମତୀ ପ୍ରଧାନ ଗୁଲାବତୀଙ୍କ ଘରକୁ ପହଞ୍ଚି ଏକ ହ୍ବିଲ୍ ଚେୟାର ପ୍ରଦାନ କରି ଗୁଲାବତୀଙ୍କୁ ଚଲାବୁଲା କରାଇବାରେ ସହାୟକ ହୋଇଛନ୍ତି । ସୂଚନାଯୋଗ୍ଯ ଯେ ଗୁଲାବତୀ ଗତବର୍ଷ ମହୁଲଫୁଲ ଗୋଟାଇବାକୁ ଯାଇ ତାଙ୍କ ଗୋଡ଼ରେ ଆଘାତ ପାଇ ଚଲାବୁଲା କରିବାରେ ଅସମର୍ଥ ଥିଲେ । ଏନେଇ ଶ୍ରୀମତୀ ପ୍ରଧାନ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଶ୍ରୀ ସିଂ ଙ୍କ ସହାୟତା କ୍ରମେ ବ୍ଲକ ଅଧ୍ୟକ୍ଷାଙ୍କ ଜରିଆରେ ଏହି ହ୍ବିଲ୍ ଚେୟାର୍ ପ୍ରଦାନ କରିଥିଲେ । ସହାୟତା ପାଇ ବର୍ତ୍ତମାନ ଗୁଲାବତୀ ପୁଣି ଚଲାବୁଲା କରିପାରିବାରେ ଅନେକ ଆଶା କରି ଖୁସି ଅନୁଭବ କରିଛନ୍ତି । ଏହି ପରିପ୍ରେକ୍ଷୀରେ ହ୍ୱିଲ୍ ଚେୟାର ପ୍ରଦାନ ସମୟରେ ସାମାଜିକକର୍ମୀ ରସିଦ ଖାଁ, ତରଣି ମେହେର, ଶିଶିର କଠାର, ଶୁକ ମେହେର, ସୁଶାନ୍ତ ବାରିକ, ଶ୍ରବଣ ରଣା ପ୍ରମୁଖଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ
Discover more from odia.bnslive.in
Subscribe to get the latest posts sent to your email.