ସବୁ ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ, ନବୀନଙ୍କ ୫ମ ପାଳିକୁ ୩ବର୍ଷ …

Creat A Revolution
           

ଭୁବନେଶ୍ୱର -: ମେ’ ୨୯ରେ ନବୀନଙ୍କ ୫ମ ପାଳିକୁ ୩ବର୍ଷ ପୂରିବ । ଅନେକ ମନ୍ତ୍ରୀ ବିବାଦ ଘେରକୁ ଆସିଥିଲେ ମଧ୍ୟ ସେମାନଙ୍କର ପଦବି ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରହିଛି । ପୂର୍ବରୁ ଦୁଇ ତିନି ବର୍ଷରେ ନବୀନ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାର ନଜିର୍ ଥିବାରୁ ଖୁବ୍‌ଶୀଘ୍ର ଏହି ଅଦଳବଦଳ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କର ରିପୋର୍ଟ କାର୍ଡ ମାଗିଛନ୍ତି । ଫଳରେ ମନ୍ତ୍ରିମଣ୍ଡଳରେ ଶୀଘ୍ର ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହିଭଳି ମନ୍ତ୍ରୀମାନଙ୍କର ରିପୋର୍ଟ କାର୍ଡ ମାଗିବା ସହ ମନ୍ତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିଲେ । ତେଣୁ ଏବେ ସେହି ସମାନ ତରିକା ଆପଣାଇବେ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ରିପୋର୍ଟ କାର୍ଡରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ କେତେ ସଫଳତାର ସହ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି, ସେମାନଙ୍କ ବିଭାଗର କେଉଁ ଯୋଜନା ଅଧିକ ଫଳପ୍ରଦ ହୋଇଛି, ଆଗାମୀ ଦିନରେ କ’ଣ କରିବାକୁ ଯୋଜନା କରିଛନ୍ତି ସେନେଇ ବିସ୍ତୃତ ରିପୋର୍ଟ ଦେବେ ।

watch now

ଏପରିକି ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଜଣ ଜଣ କରି ଡାକି ଆଲୋଚନା କରିବେ ବୋଲି କୁହାଯାଉଛି । ଆଉ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୈାର ନିର୍ବାଚନ ଶେଷ ହୋଇଥିବାରୁ ଦଳ ଏବେ ୨୦୨୪ ସାଧାରଣ ନିର୍ବାଚନକୁ ଫୋକସ୍ କରୁଛି । ତେଣୁ ଦଳର ସଂଗଠନ ଯେଉଁ ସବୁ ଜିଲ୍ଲାରେ ଦୁର୍ବଳ ଅଛି ସେଠାରେ ଭଲ ପ୍ରଦର୍ଶନ କରିବାକୁ ଦଳର ଯୁବ ଓ ଦକ୍ଷ ନେତାମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯିବ । ଏଥିପାଇଁ ଦଳ କିଛି ଯୁବ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ଅବ୍ୟାହତି ଦେଇପାରେ । ଏହାବାଦ୍ ଆଦୈା ଭଲ ପ୍ରଦର୍ଶନ ନଥିବା ମନ୍ତ୍ରୀମାନଙ୍କୁ ବି ବିଦା କରାଯିବ । ଯେଉଁଠି ଦଳର ସ୍ଥିତି ଅପେକ୍ଷାକୃତ ଭଲ ନାହିଁ ଉକ୍ତ ଅଞ୍ଚଳର ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ପରେ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହୋଇଥିଲା । ସେହି ସମାନ କୈାଶଳ ଏବେ ପୁଣି ଲାଗୁ ହେବ ବୋଲି କୁହାଯାଉଛି ।

୨୦୧୯ରେ ବିଜେଡିର ଏହି କୈାଶଳ ସଫଳ ହୋଇଥିଲା, ଆଉ ବିଜେଡି ୧୦୦ରୁ ଅଧିକ ସିଟ୍ ଦଖଲ କରିଥିଲା । ହେଲେ ୨୦୧୯ରେ ୨୦୧୨ ଭଳି ଏକତରଫା ସାଂସଦ ସିଟ୍ ହାସଲ କରିବାରେ ବିଫଳ ହୋଇଥିବା ବିଜେଡି ଏଥର ବିଧାୟକ ସହ ଅଧିକ ସାଂସଦ ଜିତିବାକୁ ଏବେଠୁ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି । ଯେଉଁଥିପାଇଁ ପ୍ରତି ଜିଲ୍ଲା, ନିର୍ବାଚନମଣ୍ଡଳୀ, ସଂସଦୀୟ କ୍ଷେତ୍ରରେ ଦଳର ଦକ୍ଷ ନେତାମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବ ବୋଲି କୁହାଯାଉଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading