ବେତନଟୀ -: ରାମନବମୀ ଅବସରରେ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ ଏବଂ ଧର୍ମଜାଗରଣ ସମନ୍ୱୟ ସମିତିର ରାଜେନ୍ଦ୍ର ବିନ୍ଧାଣୀଙ୍କ ସଂଯୋଜନାରେ ବେତନଟୀରେ ଏକ ମୋଟର ସାଇକେଲ୍ ରାଲି ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ବିଧାୟକ ସନାତନ ବିଜୁଳିଙ୍କ ସହ ମିଶି ଲୁପ୍ତ ହୋଇଯାଉଥିବା ତରବାରୀ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ । ବେତନଟୀ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଏହି ରାଲି ହୋଇଥିଲା ।

ଜୟ ଶ୍ରୀରାମ ଧ୍ୱନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ଏଥିରେ ଜିଲ୍ଲା ପଛୁଆବର୍ଗ ମୋର୍ଚ୍ଚା ସଭାପତି ବ୍ରଜମୋହନ ବେହେରା, ସାଂସଦଙ୍କ ପ୍ରତିନିଧି ପ୍ରଦୀପ କୁମାର ପରିଡ଼ା, ମଣ୍ଡଳ ସଭାପତି ରାଜକିଶୋର ସାହା, ରତିକାନ୍ତ ମହାନ୍ତ, ସର୍ବେଶ୍ୱର ନାୟକ, ପ୍ରଶାନ୍ତ ନାଥ, ଅଲୟ ପ୍ରଧାନ, ଅଜୟ ବେହେରା, ସଞ୍ଜୟ ବେହେରା, ଜଗବନ୍ଧୁ ପଣ୍ଡା, କେଶବ ନାଥ, ପ୍ରଶାନ୍ତ ସାମଲ ତଥା ଶତାଧିକ ଯୁବକ ସାମିଲ ଥିଲେ ।
Discover more from odia.bnslive.in
Subscribe to get the latest posts sent to your email.