ଗଡ଼ଭାଟି ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

Creat A Revolution
           

ବରଗଡ଼(ନିରଞ୍ଜନ ତ୍ରିପାଠୀ) -:ପଦ୍ମପୁର ଅଧିନସ୍ଥ ଗଡଭାଟି ଗ୍ରାମରେ ତିନି ଧରି ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଟିତ ହୋଇଥିଲା । ପ୍ରଥମ ଦିବସ ରେ କଳସ ଯାତ୍ରା ସହ ପ୍ରଭୁ ଶ୍ରୀରାମଙ୍କୁ ନବ ବସ୍ତ୍ର ଧାରଣ କରାଯାଇ ରାମ ନବମୀ ପାଳନ କରାଯାଇଥିଲା ।

ସୌକିଲାଲ ବରିହା ଏବଂ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବରେ ଦାୟିତ୍ଵ ତୁଲାଇଥିବାବେଳେ ପରିଚାଳନା କମିଟି ପକ୍ଷରୁ ନେହେରୁ ସାହୁ,ଉପେନ୍ଦ୍ର ମେହେର,ହରି ସୁନ୍ଦର ବରିହା,ନିରାକାର ପୋଢ,ଦୁର୍ଯ୍ଯୋଧନ ବରିହା (ସଭାପତି),କ୍ରୁଷ୍ଣ ମେହେର(ସଂପାଦକ)ସନ୍ତୋଷ ସାହୁ,ଅଭିମନ୍ୟୁ ବରିହା,ଡୋଲମଣୀ ତାଣ୍ଡି,ଧନେଶ୍ବର ବଙ୍କା,ଟିକେଲାଲ ବରିହା,ନିତ୍ୟାନନ୍ଦ ସାହୁ,ଜୟଲାଲ ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟ ତୁଲାଇଥିଲେ ।ଏହି ଅବସର ରେ ୮ଗୋଟି ସଂକ୍ରୀର୍ତ୍ତନ୍ୟ ଦଳ ଯାେଗଦେଇ ନାମ ସଂକୀର୍ତ୍ତନ୍ୟ ଗାୟନ କରିଥିଲେ ।

ଆନନ୍ଦ କୁମାର ବେହେରା(ସରପଞ୍ଚ) ଦୀନବନ୍ଧୁ ବରିହା (ନାଏବ ସରପଞ୍ଚ) ଆହାଲ୍ଲାଦ ପାଣ୍ଡେ ଏବଂ ପାଖ ପଡୋଶୀ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ଦେଖିବାକୁ ମିଲିଥିଲା । ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ କମିଟି ପକ୍ଷରୁ ଅନ୍ନ ଛତ୍ର ର ବ୍ୟବସ୍ତା କରାଯାଥିଲା । ସନ୍ଧ୍ୟା ୫ ଘ. ରେ ପୂର୍ଣ୍ଣାହୁତି ପରେ ପରେ ନଗର ପରିକ୍ରମା ସହିତ କଳସ ଭସାଣୀ ଯାତ୍ରା ସମାପନ ହୋଇଯାଇଛି


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading