ଅଙ୍ଗନବାଡ଼ି କେନ୍ଦ୍ରର ପରିତ୍ୟକ୍ତ ଅବସ୍ଥାକୁ ସଫେଇ କଲେ ସ୍ଥାନୀୟ ଲୋକେ

Creat A Revolution
           

ବରଗଡ଼(ନିରଞ୍ଜନ ତ୍ରିପାଠୀ) -: ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତର ଝରାପାଲି, କ୍ରାନ୍ତିପଡାର କରୋନା ମହାମାରୀ ପାଇଁ ଅଂଗନବାଡି କେନ୍ଦ୍ର ଗୁଡିକ ବନ୍ଦ ରହିଥିଲା। ଏବେ ଅଂଗନବାଡି କେନ୍ଦ୍ର ଖୋଲିଲାଣି ।

କେନ୍ଦ୍ର ଗୁଡିକ ଅଲିଆ, ଆବର୍ଜନାରେ ପରିପୂର୍ଣ୍ଣରେ ରହିଥିଲା। ଛୋଟ ଛୋଟ ଶିଶୁ ମାନେ ପାଠ ପଢିବାକୁ ଆସୁଥିବାରୁ, ଆଜି କ୍ରାନ୍ତିପଡାର ଅଂଗନବାଡି କେନ୍ଦ୍ରକୁ ମମତା ଛତ୍ରିଆଙ୍କ ତତ୍ବାବଧାନରେ ଆଶା କର୍ମୀ ସୁଲୋଚନା ସୁନା, ଅଂଗନବାଡି କର୍ମୀ, କ୍ରାନ୍ତିପଡାର ବାସନ୍ତୀ, ରାଧା, ବୀଣା, ବିଶାଖା, ଲଳିତା, ତପସ୍ଵିନୀ,ଅନୁପମା, ବାଳିକା, ମୀନା ଡାଳିମ୍ବ, ବନିତା ଜୁହ୍ନବ,ଅଙ୍ଗରା ପ୍ରମୁଖ ମହିଳା ମାନେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ପରିବେଶକୁ ନିର୍ମଳ କରିଥିଲେ । ଏହାକୁ ଦେଖି କ୍ରାନ୍ତିପଡାବାସୀ ପ୍ରଶଂସା କରିଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading