ତେଜସ୍ୱନୀ ନାରୀ ପ୍ରତିଭା ସମ୍ମାନ-୨୦୨୨

Creat A Revolution
           

ବଲାଙ୍ଗିର -: ବଲାଙ୍ଗିର ସହରରୁ ଡିଜିଟାଲ କଳାପଟା ତେଜସ୍ୱିନୀ ନାମରେ ଲିଲି ପଟେଲଙ୍କ ସମ୍ପାଦନାରେ ପ୍ରକାଶ ପାଇଁ ଆସୁଛି । ନୂତନ ନୂତନ କବି କବୟତ୍ରୀ ମାନଙ୍କୁ ଆରମ୍ଭ କରି ଅନେକ ପ୍ରତିଷ୍ଠିତ କବି କବୟତ୍ରୀ ମାନଙ୍କ ସ୍ବରଚିତ କବିତା ତେଜସ୍ୱନୀ ପ୍ରତ୍ୟହ ତା ହୃଦୟର କଳାପଟା ରେ ସ୍ଥାନିତ କରି ପ୍ରତ୍ୟେକଙ୍କ ହୃଦୟ ରେ ବସାବାନ୍ଧି ରହିସାରିଛି ।ଏ ପରିପ୍ରେକ୍ଷୀରେ ଶ୍ରୀମତୀ ପଟେଲ ଙ୍କ ପ୍ରୟାସ ଆଉ ଗୋଟିଏ କଦମ ଆଗକୁ ବଢିଛି ।

ଅନେକ ନାରୀ ପ୍ରତିଭାଙ୍କୁ ନେଇ ତେଜସ୍ୱୀନୀ ନାରୀ ସମ୍ମାନ-୨୦୨୨ ସମ୍ମାନ ବଲାଙ୍ଗୀର ସ୍ଥିତ ସରୋଜିନୀ ରେସିଡେନସି ଠାରେ ବହୁ ଆଡମ୍ବର ସହ ପାଳନ ଅବସରରେ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ପୈାରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ ପୂର୍ବକ ମାଁ କୁ ସମ୍ମାନ ନାରୀକୁ ସମ୍ମାନ ଉଦେଶ୍ୟ ରେ ତାଙ୍କ ମନ୍ତବ୍ୟ ପ୍ରଦାନ କରି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପହରା ଚ୍ୟାନେଲ ର ମୁଖ୍ୟ ସମ୍ପାଦିକା ପଲ୍ଲବୀ ହୋତା, ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫ ମଞ୍ଚାସୀନ ଥିବାର ଦେଖିବାକୁ ମିଳିଥିଲା ।ଏ ଅବସରରେ ସମୁଦାୟ ୧୧ ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିବାବେଳେ ତନ୍ମଧ୍ୟରୁ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି, ନିଜ ଘରଜଞ୍ଜାଳରୁ ସମୟ ବାହାର କରି ଲେଖିଚାଲିଥିବା କବୟତ୍ରୀ ଶ୍ରୀମତୀ ଜ୍ୟୋତ୍ସା ଦାଶଙ୍କୁ ସମ୍ମାନିତ କରାଯାଇଥିଲା ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading