ନିର୍ବାଚନ ସରିଗଲା, ଜନସାଧାରଣଙ୍କ ଦୁଃଖ ବୁଝିବାକୁ କେହି ନାହିଁ …

Creat A Revolution
           

ପୁରୀ (ମଣ୍ଟୁ ଭୋଇ)- ପୁରୀ ସଦର ବ୍ଲକ ବାଲିପୁଟ ପଞ୍ଚାୟତର ସମସ୍ୟା କହିଲେ ନସରେ । ନିର୍ବାଚନ ଆସିଲା ନେତା ମନ୍ତ୍ରୀଙ୍କ ଲମ୍ବାଲାଇନ ଲାଗିଲା, ଲମ୍ବା ଲମ୍ବା ମିଠା ମିଠା ପ୍ରତିସୃତି ଦେଇ ଭୋଟ ହାତେଇ ନେଲେ । ଗାଦିରେ ବସିପଡିବା ପାରେ ଲୋକ ବିଶ୍ୱାସ ଓ ଭରସାକୁ ବିଶ୍ୱାସଘାତକ କରିବାର ଏକ ନଗ୍ନ ଉଦାହରଣ ହେଉଛି ବାଲିପୁଟ ପଞ୍ଚୟତ ସିଆର ରୋଡ୍

https://videopress.com/v/HVbXpk7B?resizeToParent=true&cover=true&autoPlay=true&preloadContent=metadata&useAverageColor=true
watch this video


ସୂଚନା ଅନୁସାରେ ଦୀର୍ଘ ୭-୮ବର୍ଷ ହେଲା ବାଲିପୁଟ ପଞ୍ଚୟତ ସିଆର ରୋଡ୍ ରାସ୍ତାର ଅବସ୍ଥା ମରଣ ଯନ୍ତା ପାଲଟିଛି । ରାସ୍ତାର ଅବସ୍ତା ଏମିତି ସେ ରାସ୍ତାରେ ଆମ୍ବୁଲାନ୍ସରେ ଗର୍ଭ ମହିଳା ମେଡିକାଲ ପହଞ୍ଚିବା ପୂର୍ବରୁ ପ୍ରସବ କରିବା ନିଶ୍ଚୟ । ନେତା ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ନର୍ବାଚନ ସମୟରେ ପ୍ରତିଶୃତି ଥିଲା ଭୋଟ ସରିଲେ ରାସ୍ତା କାମ ହୋଇଯିବ । କିନ୍ତୁ ଏବେ ଶୁଣିବାକୁ କେହି ନାହିଁ । ନା ଶୁଣୁଛନ୍ତି ବିଡ଼ିଓ ନା ଶୁଣୁଛନ୍ତି ଗ୍ରାମ୍ୟଉନୟନ ବିଭାଗ ସତରେ, ପୁରୀ ଜ଼ିଲ୍ଲା ପ୍ରଶାସନର ଦୋମୁହାଁ ନୀତି ଦେଖିବାକୁ ମିଳିଛି ଆଉ ଜନସାଧାରଣ ମୌଳିକ ଅଧିକାର ବାଦ ଦେଇଛି ଗ୍ରାମ୍ୟ ଉନୟନ ବିଭାଗ । ଗ୍ରାମବାସୀ ଦୁଃଖର ସହିତ ବି.ଏନ୍‌.ଏସ୍‌. ନିୟୁଜ ଟିମ ଆଗରେ ତାଙ୍କର ଦୁଃଖ ପ୍ରକାଶ କରିଥିଲେ, ଆମ ମଧ୍ୟ ନିଷ୍ପତି ନେଇ ଥିଲୁ, ତାଙ୍କ ଦୁଃଖରେ ସହ ଭାଗି ହବାକୁ… ।

ପୁଣି ପହଞ୍ଚିଥିଲୁ ସଦରର ମୁଖ୍ୟ କାଯ୍ୟାଳୟରେ । ପଚାରିଥିଲୁ ଅଧରକାରୀଙ୍କୁ କିନ୍ତୁ ଉତ୍ତର ଥିଲା ଅଜ଼ବ ଗ୍ରାମ୍ୟଉନୟନ ଅଧିକାରୀ କହିଥିଲେ ଆପଣ ଆପଣଙ୍କର କାମ କରନ୍ତୁ ଆମେ ଆମ କାମ କରୁଛୁ । ଅଜବ ଉତ୍ତର ଶୁଣିବା ପରେ ପୁଣି ଭେଟିବାକୁ ଯାଇଥିଲୁ ପୁରୀ ଜ଼ିଲ୍ଲାପାଳ ସମର୍ଥ ବର୍ମା ସାରଙ୍କୁ କିନ୍ତୁ ଦୁଃଖର ବିଷୟ ଆମକୁ ଭିତରକୁ ଯିବାକୁ ସୁଯୋଗ ମିଳୁ ନଥିଲା । ବାଧ୍ୟ ହୋଇ ଫେରି ଆସିଲୁ ଶେଷରେ ରାଜ୍ୟ ସରକାର ଅନୁରୋଧ ସିଆର ଜନସାଧାରଣ ମୌଳିକ ଅଧିକାର ସୁରକ୍ଷା ଦିଅନ୍ତୁ, ଆଉ ପୁରୀ ଜ଼ିଲ୍ଲା ପ୍ରଶାସନ ଅନୁରୋଧ ଏହି ବିଷୟରେ କିଛି ପଦେକ୍ଷପ ନିଅନ୍ତୁ ଲୋକଙ୍କ ସମସ୍ୟା ସାମାଧାନ ଦିଗରେ କିଛି ପଦକ୍ଷେପ ନିଅନ୍ତୁ ।

ଏ ସମସ୍ୟା ସଂକ୍ରାନ୍ତରେ ସ୍ଥାନୀୟ ସରପଞ୍ଚଙ୍କୁ ଫୋନ ମାଧ୍ୟମରେ ଅବଗତ କରି ସାମାଧାନ ଦିଗରେ ପ୍ରୟାସ କରିବାକୁ ଚେଷ୍ଟା କରିଥିଲୁ । ସରପଞ୍ଚ ପ୍ରମୋଦ କୁମାର ପ୍ରଧାନ କହିଲେ ଯେ ଏହା ଆର୍‌.ଡି ରାସ୍ତା ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ । କିନ୍ତୁ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କହୁଛନ୍ତି ଆମେ କିଛି ଜାଣିନୁ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading