କଳାହାଣ୍ଡି(ଜାଗୁଳାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ଗ୍ରାମର ବେଙ୍ଗପୂଜା ଛକ ନିକଟରେ ପୁଲିସ୍ ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ୪ ବାଇକ୍ ମଧ୍ୟ ଜବତ କରିବା ସହ ୩ ଜଣକୁ ଗିରଫ କରିଛି । ଦ୍ରୁତଗତିରେ କେତୋଟି ବାଇକ୍ ଆସୁଥିବା ପେଟ୍ରୋଲିଙ୍ଗ କରୁଥିବା ପୋଲିସ ଦେଖିବାକୁ ପାଇଥିଲେ ।
ରୁପ୍ରାର ଛକ ନିକଟରେ ସେମାନଙ୍କୁ ଅଟକାଇବା ୭ ଟି ବାଇକ୍ରେ ଯାଉଥିବା ବେଳେ ସେଠାରୁ ପୁଲିସ୍ ୪ଟି ବାଇକ କୁ ଧରିବାରେ ସଫଳତା ପାଇଛି ସେମାନଙ୍କ ଠାରୁ ଆଠଟି ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଛି । ତେବେ ରୋହନ ତାଣ୍ଡି କୋମନାର ସୁରେଶ ତାଣ୍ଡି ଙ୍କୁ ପୋଲିସ ଗିରଫ କରିଛି ଜବତ ଗଞ୍ଜେଇ ୧କ୍ୟୁଣ୍ଟାଲ ୫୫କେଜି ହୋଇଥିବା ପୋଲିସ ସୂଚନା ଦେଇଛି ଚାରୋଟି ବାଇକ ମଧ୍ୟରୁ ଜଣେ ଚାଳକ ବାଇକ୍ ଛାଡ଼ି ଫେରାର୍ ମାରିଥିବା ବେଳେ ଜଣେ ଫେରାର ମାରୁଥିବା ବେଳେ ଗାଡିରୁ ପଡି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ଯାଇଛି ।
Discover more from odia.bnslive.in
Subscribe to get the latest posts sent to your email.