ଆମେରିକାକୁ ବେଖାତିର କରି ସଲମନ ଦ୍ୱୀପପୁଞ୍ଜ ସହ ରାଜିନାମା ସ୍ୱାକ୍ଷର କଲା ଚୀନ୍‌

Creat A Revolution
           

ବେଜିଙ୍ଗ୍ -: ନିରପତ୍ତା ସହଯୋଗ କ୍ଷେତ୍ରରେ ଚୀନ୍ ଏବଂ ସଲମନ ଦ୍ୱୀପପୁଞ୍ଜ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିବା କଥା ମଙ୍ଗଳବାର ଦିନ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍ ୱେନ୍‌ବିନ୍ କହିଛନ୍ତି ।

ସିନ୍‌ହୁଆ ନିଉଜ୍ ଏଜେନ୍‌ସି ରିପୋର୍ଟ ଅନୁସାରେ, ସାମ୍ବାଦିକ ସମ୍ମିଳନୀରେ ୱାଙ୍ଗ୍ କହିଛନ୍ତି, ଚୀନ୍ ଓ ସଲମନ ଦ୍ୱୀପପୁଞ୍ଜର ସରକାରଙ୍କଦ୍ୱାରା ଅନୁମୋଦିତ ଦୁଇ ଦେଶ ମଧ୍ୟରେ ନିରାପତ୍ତା ସହଯୋଗ ଲାଗି ଚୀନ୍‌ର ଷ୍ଟେଟ୍ କାଉନ୍‌ସିର୍ଲ ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଏବଂ ସଲମନ ଦ୍ୱୀପପୁଞ୍ଜର ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱାକ୍ଷର କରିଛନ୍ତି । ସେ କହିଛନ୍ତି, ଚୀନ୍‌-ସଲମନ ଦ୍ୱୀପପୁଞ୍ଜ ସାମରିକ ସହଯୋଗୀତା କୈାଣସି ତୃତୀୟ ରାଷ୍ଟ୍ରକୁ ଆକ୍ରମଣ କରିବା ଲାଗି ଉଦ୍ଦିଷ୍ଟ ନୁହେଁ ।

ସଲମନ ଦ୍ୱୀପରେ ସାମାଜିକ ସ୍ଥିରତା ଏବଂ ଦୀର୍ଘକାଳୀନ ଶାନ୍ତି ବୃଦ୍ଧି ଏହି ରାଜିନାମାର ଉଦ୍ଦେଶ୍ୟ । ଏଥିସହ ଦକ୍ଷିଣ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମଧ୍ୟ ଏହାର ସାଧାରଣ ସ୍ୱାର୍ଥ ଦିଗରେ ଦୃଷ୍ଟି ଦେବ । ସାମାଜିକ ଶୃଙ୍ଖଳା ରକ୍ଷା, ଜନସାଧାରଣଙ୍କ ଧନଜୀବନ ସୁରକ୍ଷା, ମାନବୀୟ ସହାୟତା ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଆଦି କ୍ଷେତ୍ରରେ ଉଭୟ ଦେଶ ସହଯୋଗ କରିବେ ।

ଏହାଛଡ଼ା, ଆପଣା ନିରାପତ୍ତାର ସୁରକ୍ଷା ନିମନ୍ତେ ଏହି ରାଜିନାମା ସଲମନ ଦ୍ୱୀପର ସାମର୍ଥ୍ୟ ବୃଦ୍ଧି କରିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଉପରୋକ୍ତ ରାଜିନାମା ଉପରେ ସୋମବାର ଦିନ ଚିନ୍ତାପ୍ରକଟ କରି ଯୁକ୍ତରାଷ୍ଟ୍ର ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ନେଡ୍ ପ୍ରାଇସ୍ ଦର୍ଶାଇ ଥିଲେ ଯେ, ଏହି ନିରାପତ୍ତା ରାଜିନାମାର ସାମଗ୍ରିକ ବୈଶିଷ୍ଟ୍ୟରୁ ଯାହା, ସେଥିରେ ଚୀନ୍ ସଲମନ ଦ୍ୱୀପପୁଞ୍ଜରେ ନିଜର ସେନା ମୁତୟନ କରିପାରିବ । ଏହି ରାଜିନାମା ସଲମନ ଦ୍ୱୀପପୁଞ୍ଜର ଅସ୍ଥିରତା ବୃଦ୍ଧି କରିବା ସହ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପାଞ୍ଚଳରେ ଚିନ୍ତାର କାରଣ ହେବ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading