ପରଲୋକରେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଟି. ରାମା ରାଓ

Creat A Revolution
           

ଚେନ୍ନାଇ -: ଗତରାତିରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦେଶକ ତଥା ପ୍ରଯୋଜକ ଟି. ରାମା ରାଓଙ୍କର ଚେନ୍ନାଇରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ବୟସାଧିକ୍ୟଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏକ ବିବୃତି ଜାରି କରି ରାମା ରାଓଙ୍କ ପରିବାରର ସଦସ୍ୟମାନେ ତାଙ୍କ ଦୁଃଖଦ ବିୟୋଗ ସଂକ୍ରାନ୍ତ ଖବର ଦେଇଛନ୍ତି । ଆଜି ସନ୍ଧ୍ୟାରେ ଚେନ୍ନାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ପତ୍ନୀ ତାତିନେନୀ ଜୟଶ୍ରୀ, ସନ୍ତାନସନ୍ତତି ଚାମୁଣ୍ଡେଶ୍ୱରୀ, ନାଗା ସୁଶୀଳା, ଅଜୟ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ତାଙ୍କ ପରିବାରରେ ଅଛନ୍ତି ।

ତାଙ୍କ ମୃତ୍ୟୁ ଖବର ଉଲ୍ଲେଖ କରି ପରିବାର ବର୍ଗ ଜାରି କରିଥିବା ବିବୃତିରେ ଲେଖିଛନ୍ତି: ଗଭୀର ଦୁଃଖର ସହ ଆମ୍ଭେ ଜଣାଉଛୁ କି, ଆମର ପ୍ରିୟ ତାତିନେନୀ ରାମା ରାଓ ଆଜି ପ୍ରତ୍ୟୁଷର ସ୍ୱର୍ଗାରୋହଣ କରିଛନ୍ତି । ପତ୍ନୀ ତାତିନେନୀ ଜୟଶ୍ରୀ ଏବଂ ପିଲା ଚାମୁଣ୍ଡେଶ୍ୱରୀ, ନାଗା ସୁଶୀଳା, ଅଜୟ ଏବଂ ପରିବାରର ଅନ୍ୟମାନଙ୍କ ପାଖରେ ସେ ଅବିସ୍ମରଣୀୟ ହୋଇ ରହିବେ । ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପରେ ଟି. ରାମା ରାଓ ଅନେକ ଅଗ୍ରଣୀ ଅଭିନେତାମାନଙ୍କ ସହିତ କାର୍ଯ୍ୟ କରିଥିଲେ ।

ଅମିତାଭ ବଚ୍ଚନ ଓ ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି ଏନ୍‌ଟିଆର୍ ଓ ଏଏନ୍‌ଆର୍ଙ୍କ ଭଳି ଭାରତର ଶ୍ରେଷ୍ଠ ଅଭିନେତା ଅଭିନେତ୍ରୀମାନଙ୍କ ସହିତ ସେ କାର୍ଯ୍ୟ କରିଥିଲେ । ତାମିଲ ଓ ତେଲୁଗୁ ‘ବ୍ଲକ୍‌ବୁର୍ଷ୍ଟ’ଗୁଡ଼ିକୁ ହିନ୍ଦୀରେ ପୁନନିର୍ମାଣ କରି ସେ ୧୯୮୦ ଦଶକରେ ‘ବଲିଉଡ୍‌’ରେ ଖୁବ୍ ଜନପ୍ରିୟ ହୋଇଥିଲେ । ତାଙ୍କର ପ୍ରସିଦ୍ଧ ‘ବଲିଉଡ୍‌’ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି, ‘ଅନ୍ଧା କାନୁନ୍‌’, ‘ଏକ୍ ହି ଭୁଲ୍‌’, ‘ମୁଝେ ଇନ୍‌ସାଫ୍ ଚାହିଏ’, ‘ଜୁଦାଇ’, ‘ନାଚେ ମୟୂରୀ’, ‘ଜୀବନ ଧାରା’, ‘ଇନ୍‌ସାଫ୍ କି ପୁକାର’, ‘ୱତନ୍ କେ ରଖ୍‌ୱାଲେ’, ‘ଦୋସ୍ତି ଦୁଷ୍ମନୀ’, ‘ଜନ୍ ଜାନି ଜନାର୍ଦ୍ଦନ୍‌’ ‘ରାବଣ ରାଜ୍‌’, ‘ହାତ୍‌କଡ଼ି’, ‘ଜଙ୍ଗ୍‌’ ଓ ‘ମୁକାବିଲା’ ।

୧୯୮୩ ରେ ସୁର୍ପର୍ଷ୍ଟା ରଜନୀକାନ୍ତଙ୍କୁ ହିନ୍ଦୀ ଚଳଚ୍ଚିତ୍ରରେ ପରିଚିତ କରାଇଥିବା ଟି. ରାମା ରାଓ ଅମିତାଭ ବଚ୍ଚନ, ଜିତେନ୍ଦ୍ର, ଧର୍ମେନ୍ଦ୍ର, ସଞ୍ଜୟ ଦତ୍ତ, ଶ୍ରୀଦେବୀ, ଅନୀଲ୍ କପୁର, ଗୋବିନ୍ଦା ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ଶ୍ରେଷ୍ଠ ଅଭିନେତାଙ୍କ ସହିତ କାର୍ଯ୍ୟ କରିଥିଲେ । ନିର୍ଦେଶନା ବ୍ୟତୀତ ସେ ‘ଶ୍ରୀଲକ୍ଷ୍ମୀ ପ୍ରଡକ୍ସନ୍‌’ ବ୍ୟାର୍ନରେ ‘ଧିଲ୍‌’, ‘ୟୋଥ୍‌’, ‘ଅରୁନ୍‌’, ‘ସମ୍‌ଥିଙ୍ଗ୍ ସମ୍‌ଥିଙ୍ଗ୍‌, ‘ଉନାକୁମ୍ ଏନାକୁମ୍‌’ ଏବଂ ‘ମାଲାଇକୋଟାଇ’ ଚଳଚ୍ଚିତ୍ର ପ୍ରଯୋଜନା କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading