୧୮୪ଜଣ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ହଟାଇଦେଲେ ପଞ୍ଜାବ ସରକାର …

Creat A Revolution
           


ଚଣ୍ଡୀଗଡ -: ପଞ୍ଜାବ ସରକାର ରାଜ୍ୟର ଅନେକ ନେତାଙ୍କ ସୁରକ୍ଷା ହଟାଇ ଦେଇଛନ୍ତି । ଏକ ବଡ ନିଷ୍ପତ୍ତି ନେଇ ଭଗବନ୍ତ ମାନ୍ ସରକାର ୧୮୪ଜଣ ଭିଆଇପିଙ୍କ ସୁରକ୍ଷା ହଟାଇ ଦେଇଛନ୍ତି । ଯେଉଁମାନଙ୍କ ପାଖରୁ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରାଯାଇଛି ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସୁରଜିତ ସିଂ ରାଖଡା ଏବଂ ବିବି ଜାଗିର କୌର ଏବଂ ଶିରୋମଣି ଅକାଲୀ ଦଳର ନେତା ଟୋଟା ସିଂ ପ୍ରମୁଖ ଅଛନ୍ତି ।

ଏହା ପୂର୍ବରୁ ପଞ୍ଜାବ ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ କହିଥିଲେ ଯେ, ଯେଉଁମାନଙ୍କ ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଥିଲା ବର୍ତ୍ତମାନ ସେମାନଙ୍କ ଉପରେ ଥିବା ବିପଦକୁ ମୂଲ୍ୟାଙ୍କନ କରି ସୁରକ୍ଷା ପ୍ରତ୍ୟାହାର କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ସହ ଆଇପିଏସ୍ ଗୁରୁଦର୍ଶନ ସିଂ ଏବଂ ଉଦୟବୀର ସିଂ (ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧୱାଙ୍କ ପୁଅ), ପୂର୍ବତନ କଂଗ୍ରେସ ସାଂସଦ ବରିନ୍ଦର ସିଂ ବାଜୱା, ସନ୍ତୋଷ ଚୌଧୁରୀ, କଂଗ୍ରେସର ପୂର୍ବତନ ବିଧାୟକ ଦୀପ ମାଲହୋତ୍ରା, ରାଜେଶ ବାଗଗା (ବିଜେପି ରାଜ୍ୟ ଉପାଧ୍ୟକ୍ଷ), ମାହି ଗିଲ (ବିଜେପିର ତାରକା ପ୍ରଚାରକ) ପ୍ରମୁଖଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇଦିଆଯାଇଛି ।

ସୂଚନା ଥାଉ କି ଏହା ପୂର୍ବରୁ ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ରାଜ୍ୟରେ ଭିଆଇପି ସଂସ୍କୃତିକୁ ବନ୍ଦ କରିବା ଉଦ୍ଦେଶ୍ୟରେ ନିଜ ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ କମାଇ ଦେଇଥିଲେ । ଚନ୍ନି କହିଥିଲେ ସେ ଜଣେ ସାଧାରଣ ମଣିଷ ଏବଂ ପ୍ରତ୍ୟେକ ପଞ୍ଜାବୀର ଭାଇ ହୋଇଥିବାରୁ ତାଙ୍କୁ ଅଧିକ ସୁରକ୍ଷା ଆବଶ୍ୟକ ନାହିଁ । ଚନ୍ନି ନିଜ ସୁରକ୍ଷାବାହିନୀକୁ ହ୍ରାସ କରି କହିଥିଲେ ଯେ ପଞ୍ଜାବରେ ସମସ୍ତେ ମୋର ନିଜର, ତେଣୁ ନିଜ ଲୋକଙ୍କଠାରୁ ରକ୍ଷା ପାଇବା ପାଇଁ ୧୦୦୦ ସୁରକ୍ଷାକର୍ମୀଙ୍କ ଆବଶ୍ୟକ ନାହିଁ


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading