ପ୍ରଧାନଶିକ୍ଷକ ବଦଳି ଦାବିରେ ସ୍କୁଲରେ ତାଲା ପକାଇଲେ ସ୍ଥାନୀୟ ଲୋକେ

Creat A Revolution
           

କଳାହାଣ୍ଡି/ଗୋଲାମୁଣ୍ଡା -: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ସର୍ଗିଗୁଡ଼ା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି ଓ ଗାଁର ଏସ୍‌ଏଚ୍‌ଜିଙ୍କୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦେବା ଦାବିରେ ଆଜି ବିଦ୍ୟାଳୟରେ ତାଲା ପକାଇ ପରିଚାଳନା କମିଟି, ଗ୍ରାମବାସୀ ଓ ଏସ୍‌ଏଚ୍‌ଜି ସଦସ୍ୟା ଧାରଣାରେ ବସିଛନ୍ତି ।

ସୂଚନାଯୋଗ୍ୟ ଯେ, ସର୍ଗିଗୁଡ଼ା ଗ୍ରାମରେ ୧୬ଟି ସକ୍ରିୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଛି । ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ଗ୍ରାମର କୌଣସି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନଦେଇ ବାବେଗୁଡ଼ା ଗ୍ରାମର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି । ଯାହାକି ନିୟମ ବାହାରେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପ୍ରଧାନ ଶିକ୍ଷକ କୌଣସି ନୋଟିସ୍ ଜାରି ନକରି ଓ ବିଦ୍ୟାଳୟର ସଭାପତି ତଥା ପରିଚାଳନା କମିଟିକୁ ନଜଣାଇ କିପରି ବାହାର ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦେଇଛନ୍ତି ଏହା ସନ୍ଦେହ ସୃଷ୍ଟି କରିଛି ।

ଏଣୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି କରିବା ସହ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟାହ୍ନ ଭୋଜନ ଯୋଗାଣ ଦାୟିତ୍ୱ ଦେବାକୁ ଦାବି କରାଯାଇଛି । ଏନେଇ ସ୍କୁଲ୍‌ରେ ଆଜି ତାଲା ପକାଇବା ସହ ଧାରଣା ଦିଆଯାଇଛି । ଖବରପାଇ ବିଇଓ ନବ କିଶୋର ସାହୁ ସ୍କୁଲ୍‌କୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଥିଲେ । ଧାରଣାରେ ଗଣ୍ଡାମେର ସରପଞ୍ଚ ବୃନ୍ଦାବନ ନାଏକ, ସମିତି ସଭ୍ୟ ଦଇତାରି ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚମ୍ପେଶ୍ୱର ନାଏକ, ଉପସଭାପତି ଅର୍ଣ୍ଣଦା ବାଗ, ୱାର୍ଡ ମେମ୍ବର ଲୋକେଶ୍ୱର ମାଝୀ, ରଞ୍ଜିତା ନାଏକ, ମନ ମେହେର, ଶୁକ୍ରୁ ମେହେର, ଗୋରେଖ ନାଏକ, ଶିଶିର ରଞ୍ଜନ ନାଏକ, ମହିନ୍ଦ୍ର ମାଝୀ, ରାଏଧର ତାଣ୍ଡି ପ୍ରମୁଖ ସାମିଲ ଥିଲେ । ଦାବି ପୂରଣ ହେଲେ ଧାରଣା ପ୍ରତ୍ୟାହୃତ ହେବ ନଚେତ ଧାରଣ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading