ବିବାହ ଉତ୍ସବରେ ଆଇ.ଏ.ଏସ ଦମ୍ପତ୍ତି ବୃକ୍ଷ ରୋପଣ କରି ବୃକ୍ଷ ହିଁ ଜୀବନର ବାର୍ତ୍ତା ଦେଲେ

Creat A Revolution
           


ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ ଜିଲ୍ଲା ଝାରବନ୍ଧ ବ୍ଳକ୍ ଅନ୍ତର୍ଗତ ଡୁଙ୍ଗୁରୀପାଲି ଗ୍ରାମରେ ସୋମଦତ୍ତ ଶାସ୍ତ୍ରୀ ଓ ସୁରଭିଙ୍କ ସୁପୁତ୍ର ୨୦୨୨ ବ୍ୟାଚର ଯୁବ ଆଇ.ଏ.ଏସ ଅଫିସର ବେଦଭୁଷଣ ସହିତ ଅମ୍ରିତାଙ୍କ ବିବାହ ଉପଲକ୍ଷେ ନବଦମ୍ପତିଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରକୃତି ବଂଧୁ ମୀନକେତନ ସାହୁ ନବଦମ୍ପତିଙ୍କୁ ବୃକ୍ଷ ଉପହାର ପ୍ରଦାନ କରିବା ପରେ ନବଦମ୍ପତିଙ୍କ ଦ୍ବାରା ବୃକ୍ଷ ରୋପଣ କରାଇଥିଲେ। ସଂପ୍ରତି ସାରା ପୃଥିବୀରେ ଉତ୍ତାପ ବୃଦ୍ଧି ଘଟୁଥିବା ବେଳେ ଏଭଳି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ଦିଗରେ ବିଶେଷ ସହାୟକ ହେବ ବୋଲି ବେଦଭୁଷଣ ପ୍ରକାଶ କରିବା ସହ ବିବାହ, ଜନ୍ମ, ଜନ୍ମ ଦିନ ଇତ୍ୟାଦି କାର୍ଯ୍ୟକ୍ରମ ଗୁଡିକରେ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରାଇ ଏହାକୁ ପରିବେଶ ସୁରକ୍ଷା ପାଇଁ ଜନ ଆନ୍ଦୋଳନ ରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading