ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ଶତ୍ରୁ ପାଲଟିଛି ପାଇକମାଲ ବିଦ୍ୟୁତ ବିଭାଗ

Creat A Revolution
           

ପଦ୍ମପୁର -: ଆସନ୍ତା କାଲିଠାରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା, ଛାତ୍ରଛାତ୍ରୀ ମାନେ ପାଠପଢ଼ା ଚିନ୍ତାରେ ଥିବା ବେଳେ ସେମାନଙ୍କ ସହ ଖେଳ ଖେଳୁଛି ଟାଟା ପାୱାର ବୋଲି ମତ ପ୍ରକାଶ ପାଉଛି ।ବର୍ତ୍ତମାନ ପାଇକମାଲ ଗ୍ରାମାଞ୍ଚଳରେ ରାତ୍ରି ୭.୩୦ ରୁ ୧୦ ପର୍ଯ୍ୟନ୍ତ ବିଜୁଳି କାଟ ହେଉଥିବା ଯୋଗୁଁ ଅଞ୍ଚଳବାସୀ କ୍ଷୁବ୍ଧ ଅଛନ୍ତି ।

ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ରାତି ସମୟରେ ବିଜୁଳି କାଟ ହେଉଥିବାରୁ ଛାତ୍ରଛାତ୍ରୀ ମାନେ ପାଠପଢ଼ି ପାରୁ ନାହାନ୍ତି ଫଳରେ ତାଙ୍କର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି । ଏସବୁ ଜାଣି ସୁଦ୍ଧା ପାଇକମାଲ ଅଞ୍ଚଳ ଦାୟିତ୍ୱରେ ଥିବା ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ନିଦା ବିଷ୍ଣୁ ସାଜିଛନ୍ତି ଯାହାଦ୍ୱାରା ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହେଉଛି ବୋଲି ମତ ପ୍ରକାଶ ପାଉଛି । ଭୁବନେଶ୍ୱରପୁର, ପଥରେଲ, ଯୋଗୀନ୍ଦ୍ରନାଥପୁର, ଛେତଗାଁ ଆଦି ଅଞ୍ଚଳରେ ପିଲାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାନବିକତା ଦୃଷ୍ଟିରୁ ଏଭଳି ପାୱାର କଟ ବନ୍ଦ କରିବାକୁ ଛାତ୍ରଛାତ୍ରୀ ମାନେ ଅନୁରୋଧ କରିଛନ୍ତି


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading