ଅଳ୍ପକେ ରକ୍ଷାପାଇଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି, ଋଷ ଉପରେ ୟୁକ୍ରେନର ଆକ୍ରମଣ ପରେ କଣ ହେଲା ଆସନ୍ତୁ ଜାଣିବା

Creat A Revolution


ନୂଆଦିଲ୍ଲୀ -: ରାଷ୍ଟ୍ରପତି ଓ ତାଙ୍କ ପରିବାରବର୍ଗଙ୍କୁ ଧରିବା ଉଦ୍ଦେଶ୍ୟରେ ରୁଷୀୟ ସୈନିକମାନେ ଆସିଥିଲେ ଏବଂ ଫେବ୍ରୁଆରି ୨୪ ତାରିଖ ଦିନ ଆକ୍ରମଣ ପ୍ରାରମ୍ଭିକ ସମୟରେ ସେମାନେ ତାଙ୍କୁ ଧରି ପକାଇ ଥାଆନ୍ତେ ବୋଲି ଜେଲେନ୍‌ସ୍କିଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ସରକାରୀ କ୍ୱାର୍ଟର୍ସ ସବୁ କେମିତି ରୁଷୀୟ ରାର୍ଡାକୁ ଆସିଲା ଏବଂ ସେମାନଙ୍କୁ ଗୁଳି ଫୁଟାଇବା ଶବ୍ଦ କେମିତି ଜେଲେନ୍‌ସ୍କିଙ୍‌କ କାର୍ଯ୍ୟାଳୟକୁ ଶୁଭୁଥିଲା, ଏହାର ଏକ ବର୍ଣ୍ଣନା ‘ଟାଇମ୍‌’ ପତ୍ରିକାରେ ପ୍ରକାଶିତ ‘ଇନ୍‌ସାଇଡ୍ ଜେଲେନ୍‌ସ୍କିସ୍ ୱାର୍ଲଡ୍‌’ ଶୀର୍ଷକ ସାକ୍ଷାତ୍‌କାରରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ‘ଚିଫ୍ ଅଫ୍ ଷ୍ଟାଫ୍‌’ ଆନ୍ଦ୍ରିୟି ୟେର୍ମାକ୍ ଦେଇଛନ୍ତି ।

ଆପଣ ବେକାର ଅଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ କ୍ଲିକ କରି ଦେଖନ୍ତୁ ଜେ.ଇ ଶାଢୀରେ ଆପଣଙ୍କ କ୍ୟାରିଅର ଗଢନ୍ତୁ (CLICK NOW)

ସାକ୍ଷାତ୍‌କାରରେ ସେ କହିଛନ୍ତି, ଯୁଦ୍ଧ ଆରମ୍ଭର କିଛି ସମୟ ପରେ ରୁଷୀୟ ସୈନିକମାନେ ଜେଲେନ୍‌ସ୍କି ଓ ତାଙ୍କ ପରିବାରବର୍ଗଙ୍କୁ ଧରି ପକାଇବାକୁ ଯାଉଥିଲେ । ଅବିଳମ୍ବେ ସ୍ପଷ୍ଟ ହୋଇଗଲା ଯେ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଆଉ ନିରାପଦ ସ୍ଥାନ ନୁହେଁ । ୟୁକ୍ରେନ୍ ସେନା ଜେଲେନ୍‌ସ୍କିଙ୍କୁ ସୂଚନା ଦେଲା ଯେ, ତାଙ୍କୁ ଓ ତାଙ୍କ ପରିବାରବର୍ଗଙ୍କୁ ହତ୍ୟା କରିବା ପାଇଁ ରୁଷୀୟ ‘ଷ୍ଟ୍ରାଇକ୍ ଟିମ୍ ଆକାଶଛତା ଯୋଗେ କିବ୍‌ରେ ଅବତରଣ କରିଛନ୍ତି ।

ସେ ରାତି ପୂର୍ବରୁ ଆମେ କେବଳ ଚଳଚ୍ଚିତ୍ରରେ ଏଭଳି ଦୃଶ୍ୟ ଦେଖିଥିଲୁ । ଫେବ୍ରୁଆରି ୨୪ ତାରିଖ ଦିନ ଆକ୍ରମଣର ପ୍ରଥମ ସନ୍ଧ୍ୟା କଥା ସ୍ମରଣ କରି ୟେର୍ମାକ୍ କହିଛନ୍ତି ଯେ, ସରକାରୀ କ୍ୱର୍ଟର୍ସ ଆଖପାଖରେ ଗୁଳିବିନିମୟ ଆରମ୍ଭ ହୋଇଯାଇଥିଲା । ସେତେବେଳେ ଜେଲେନ୍‌ସ୍କି ଓ ତାଙ୍କ ପରିବାରବର୍ଗ ରାଷ୍ଟ୍ରପତି କାର୍ଯ୍ୟାଳୟରେ ଥିଲେ । ଯେଉଁଥିରେ ପାରିଲେ ସେଥିରେ ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀମାନେ କାର୍ଯ୍ୟାଳୟ ପରିସରକୁ ସିଲ୍ କରିବାକୁ ଉଦ୍ୟମ କରିଥିଲେ । ସୁରକ୍ଷାକର୍ମୀମାନେ ଅଫିସ୍ ପରିସରରେ ଆଲୋକ ଲିଭାଇ ଦେଇ ଜେଲେନ୍‌ସ୍କି ତାଙ୍କର କେତେକ ସହଯୋଗୀଙ୍କ ପାଇଁ ‘ବୁଲେଟ୍‌ପ୍ରୁଫ୍ ଭେଷ୍ଟ୍‌’ ଏବଂ ‘ଆସଲ୍‌ଟ୍ ରାଇଫଲ୍‌’ ଆଣିଥିଲେ । ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ମାତ୍ର ଏହି ବନ୍ଧୁକ ଚଳାଇବା ଶିଖିଥିଲେ ।

ତାଙ୍କ ପତ୍ନୀ ଓ ପିଲାମାନେ ସେତେବେଳେ କାର୍ଯ୍ୟାଳୟରେ ଥିଲେ ବୋଲି ପରେ ଜେଲେନ୍‌ସ୍କି ତାଙ୍କୁ କହିଥିଲେ ବୋଲି ୟେର୍ମାକ୍ କହିଛନ୍ତି । ଆକ୍ରମଣର ୨ ଦିନ ପରେ ଜେଲେନେସ୍କିଙ୍କୁ ୟୁକ୍ରେନ୍‌ରୁ ନିରାପଦରେ ସ୍ଥାନାନ୍ତର କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ପ୍ରସ୍ତାବ ଦେଇଥିଲା । କିନ୍ତୁ, ସେ କହିଥିଲେ, ମୁଁ ଗାଡ଼ିରେ ବସି ପଳାଇଯିବାକୁ ଚାହେଁ ନାହିଁ, ଅସ୍ତ୍ରଶସ୍ତ୍ର ଚାହୁଁଛି । ତାଙ୍କୁ ଓ ତାଙ୍କ ପରିବାରକୁ ଇଂଲଣ୍ଡ୍‌ରେ ଆଶ୍ରୟ ଦେବାକୁ ବୋରିସ୍ ଜନ୍‌ସନ୍ ଦେଇଥିବା ପ୍ରସ୍ତାବକୁ ମଧ୍ୟ ସେ ଅଗ୍ରାହ୍ୟ କରିଦେଇଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!