ଟଙ୍କା ପାଇଁ ସ୍ତ୍ରୀକୁ ସଂପର୍କିୟଙ୍କ ଦ୍ୱାରା ଗଣବଳାତ୍କାର କଲା ସ୍ୱାମୀ, ନିଜେ ଭିଡିଓ ସୁଟ୍ କରି କଣ କଲା ଦେଖନ୍ତୁ

Creat A Revolution
           

ଜୟପୁର -: ରାଜସ୍ଥାନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ଯୌତୁକ ବାବଦ ଅର୍ଥ ଆଦାୟ ପାଇଁ ସମ୍ପର୍କୀୟଙ୍କ ଦ୍ୱାରା ପତ୍ନୀଙ୍କୁ ଗଣ ଦୁଷ୍କର୍ମ କରାଇ ପୂରା ଘଟଣାର ଭିଡିଓ ରେକର୍ଡିଂ କରାଇଛି। ରେକର୍ଡିଂ କରାଇଥିବା ଏହି ଭିଡିଓକୁ ସେ ୟୁଟ୍ୟୁବରେ ଅପ୍‌ଲୋଡ କରି ଏଥିରୁ ଅର୍ଥ ଆଦାୟ କରିବାକୁ ସେ ଯୋଜନା ପ୍ରସ୍ତୁତ କରିଥିଲା। ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ରାଜସ୍ଥାନର ଭରତପୁରରେ। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ନିଜ ସମ୍ପର୍କୀୟମାନଙ୍କ ଦ୍ୱାରା ଗଣ ଦୁଷ୍କର୍ମ କରାଇଥିବା ଅଭିଯୋଗ ହୋଇଛି।

ଆପଣ ବେକାର ଅଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ କ୍ଲିକ କରି ଦେଖନ୍ତୁ ଜେ.ଇ ଶାଢୀରେ ଆପଣଙ୍କ କ୍ୟାରିଅର ଗଢନ୍ତୁ (CLICK NOW)

ଯେତେବେଳେ ତାଙ୍କ ପତ୍ନୀଙ୍କ ପରିବାର ତାଙ୍କୁ ଯୌତୁକ ବାବଦରେ ୧.୫ ଲକ୍ଷ ଟଙ୍କା ଦେବାରେ ବିଫଳ ହୋଇଥିଲେ; ସେତେବେଳେ ଯୌତୁକ ଅର୍ଥ ଆଦାୟ ପାଇଁ ଏହି ବିକଳ୍ପ ଉପାୟ ବାଛିଥିଲେ। ସେ ଏହି ଗଣ ଦୁଷ୍କର୍ମର ଭିଡିଓ ସୁଟିଂ କରି ଏକ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍‌ କରିଥିବା ପୀଡ଼ିତା ପତ୍ନୀ ଅଭିଯୋଗ କରିଛନ୍ତି।

ପୀଡ଼ିତା ପୁଲିସ୍‌ ନିକଟରେ କରିଥିବା ଅଭିଯୋଗରୁ ପ୍ରକାଶ, ସେମାନଙ୍କ ବିବାହ ୨୦୧୯ରେ ହରିୟାଣାରେ ହୋଇଥିଲା। ବିବାହ ପରଠାର ଶାଶୁଘର ଲୋକ ତାଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ଏହି କାରଣରୁ ସେ ନିଜ ପିତାମାତାଙ୍କ ଘରକୁ ଚାଲି ଆସିଥିଲେ। କିନ୍ତୁ, ସ୍ୱାମୀ ତାଙ୍କୁ ପ୍ରଲୋଭିତ କରି ଆଉଥରେ ତାଙ୍କ ଘରକୁ ଫେରାଇ ନେଇଥିଲେ। ଫେରିବା ପରେ ସ୍ୱାମୀ ତାଙ୍କର ଦୁଇ ସମ୍ପର୍କୀୟଙ୍କୁ ଘରକୁ ଡାକିଥିଲେ। ପୀଡିତାଙ୍କୁ ତାଙ୍କ ସାମ୍ନାରେ ଗଣ ଦୁଷ୍କର୍ମ କରିବାକୁ ସେ ସମ୍ପର୍କୀୟଙ୍କୁ କହିଥିଲେ ଏବଂ ଏହି ଘଟଣାକୁ ତାଙ୍କ ମୋବାଇଲ ଫୋନରେ ରେକର୍ଡ କରିଥିଲେ।

ପୀଡିତା ଅଭିଯୋଗ କରିଛନ୍ତି ଯେ ଏହି ଗଣ ଦୁଷ୍କର୍ମ ସମୟରେ ରେକର୍ଡିଂ କରିଥିବା ଭିଡିଓକୁ ୟୁଟ୍ୟୁବରେ ଅପଲୋଡ୍‌ କରି କହିଥିଲେ ଯେ ତୋ’ ପରିବାର ସଦସ୍ୟ ମୋତେ ଯୌତୁକ ବାବଦ ଅର୍ଥ ଦେଇପାରିବେ ନାହିଁ। ହେଲେ, ବର୍ତ୍ତମାନ ମୁଁ ଏହି ଭିଡିଓକୁ ୟୁଟ୍ୟୁବରେ ଅପ୍‌ଲୋଡ କରି ମୋ ଯୌତୁକ ବାବଦ ଅର୍ଥ ରୋଜଗାର କରିବି। ପୀଡିତା କହିଛନ୍ତି, ମୋର ଶାଶୁଘର ଲୋକ ମୋତେ ଯୌତୁକ ବିଷୟରେ ହଇରାଣ କରୁଥିଲେ। ଯେତେବେଳେ ସେମାନଙ୍କୁ ଯୌତୁକ ଦିଆଯାଇ ନଥିଲା, ସେମାନେ ସେମାନଙ୍କ ସମ୍ପର୍କୀୟମାନଙ୍କ ଦ୍ୱାରା ମୋର ଗଣଦୁଷ୍କର୍ମ କରାଇଥିଲେ, ଘଟଣାର ଚିତ୍ରଉତ୍ତୋଳନ କରିଥିଲେ ଏବଂ ସେହି ଭିଡିଓଗୁଡ଼ିକୁ ୟୁଟ୍ୟୁବରେ ଅପଲୋଡ୍‌ କରିଥିଲେ। ପୀଡିତାଙ୍କ ଅଭିଯୋଗ ମିଳିବା ପରେ ଭରତପୁର ଥାନା ପୁଲିସ ମହିଳା ଏକ ମାମଲା ରୁଜୁ କରିବା ସହ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଦୁଇ ସମ୍ପର୍କୀୟଙ୍କୁ ଗିରଫ କରିବାକୁ ଖୋଜୁଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading