ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସୋନପୁରରେ ବେଆଇନ ନିଯୁକ୍ତି

Creat A Revolution
           

ସୁବର୍ଣ୍ଣପୁର -: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସୋନପୁରରେ ବେଆଇନ, ମନମୁଖୀ ଓ ଉଦ୍ଦେଶ୍ୟମୂଳକ ଭାବରେ ଜଣେ ଅଣତାଲିମ୍ ପ୍ରାପ୍ତ ପ୍ରାର୍ଥୀଙ୍କୁ PTGI ଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଇଥିବା ସଙ୍ଗିନ୍ ଅଭିଯୋଗ ଆସିଛି । ଜଣେ ଦଳିତ ମେଧାବୀ ତାଲିମପ୍ରାପ୍ତ ପ୍ରାର୍ଥୀଙ୍କୁ ଜାତିଆଣ ଆକ୍ଷେପ କରି ଆକ୍ରୋଶମୂଳକ ଓ ଉଦ୍ଦେଶ୍ୟମୂଳକ ଭାବରେ ଉପେକ୍ଷା କରାଯାଇଛି ।

ଆପଣ ବେକାର ଅଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ କ୍ଲିକ କରି ଦେଖନ୍ତୁ ଜେ.ଇ ଶାଢୀରେ ଆପଣଙ୍କ କ୍ୟାରିଅର ଗଢନ୍ତୁ (CLICK NOW)

ଆଶାୟୀ ଦଳିତ ମେଧାବୀ ତାଲିମପ୍ରାପ୍ତ ପ୍ରାର୍ଥୀଙ୍କ ଅଭିଯୋଗ ଅନୁସାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ନିଜ ଇଚ୍ଛା ଅନୁସାରେ ବେଆଇନ, ମନମୁଖୀ ଓ ଉଦ୍ଦେଶ୍ୟମୂଳକ ଭାବରେ ଜଣେ ଅଣତାଲିମପ୍ରାପ୍ତ ପ୍ରାର୍ଥୀଙ୍କଠାରୁ କିଛି ହାତଗୁଞ୍ଜା ନେଇ ନିଯୁକ୍ତି ପ୍ରଦାନ କରିଛନ୍ତି । ଯାହା ବିରୁଦ୍ଧରେ ଦଳିତ ମେଧାବୀ ତାଲିମପ୍ରାପ୍ତ ପ୍ରାର୍ଥୀ ଜଣଙ୍କ ମାନ୍ୟବର ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏପରିକି ନିଯୁକ୍ତି ସମ୍ପର୍କରେ ସୂଚନା ଆଧାରରେ ସୂଚନା ପ୍ରଦାନ ନିମନ୍ତେ ବାରମ୍ବାର ସୂଚନା ପ୍ରଦାନ କରିବାକୁ ପ୍ରାର୍ଥନା କରୁଥିଲେ ହେଁ ଲୋକସୂଚନା ଅଧିକାରୀଙ୍କ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଉନାହିଁ । ଯାହାଦ୍ୱାରା ଲୋକସୂଚନା ଅଧିନିୟମର ଖୋଲାଖୋଲି ଉଲଂଘନ ହେଉଅଛି । ତେଣୁ ଯଥାଶୀଘ୍ର ଏହି ବେଆଇନ ମନମୁଖୀ ଓ ଉଦ୍ଦେଶ୍ୟମୂଳକ ନିଯୁକ୍ତିକୁ ଖାରଜ କରାଯାଇ ଆଇନତଃ ଉପଯୁକ୍ତ ତାଲିମପ୍ରାପ୍ତ ପ୍ରାର୍ଥୀଙ୍କୁ ପୁନଃନିଯୁକ୍ତି ପ୍ରଦାନ କରିବାକୁ ଆଶାୟୀ ଦଳିତ ମେଧାବୀ ତାଲିମପ୍ରାପ୍ତ ପ୍ରାର୍ଥୀ ବିନମ୍ର ନିବେଦନ କରିଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading