ରାଜଧାନୀ ଏବେ ରକ୍ତରଞ୍ଜିତ, ସ୍ତ୍ରୀକୁ ପିଟିପଟି ହତ୍ୟା କଲା ସ୍ୱାମୀ

Creat A Revolution

ଭୁବନେଶ୍ବର -: ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ। ଟଙ୍କପାଣି ରୋଡରେ ରହୁଥିବା ଜଣେ ଲୋକ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା। ମୃତକ ହେଲେ ଲିଲି ଦାସ। ଅଭିଯୁକ୍ତ ସ୍ବାମୀ ସୌଭାଗ୍ୟ ରଞ୍ଜନ ଦାସଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ସୌଭାଗ୍ୟ ରଞ୍ଜନ ଡ୍ରାଇଭର ଭାବେ କାମ କରୁଥିଲେ।

ଆପଣ ବେକାର ଅଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ କ୍ଲିକ କରି ଦେଖନ୍ତୁ ଜେ.ଇ ଶାଢୀରେ ଆପଣଙ୍କ କ୍ୟାରିଅର ଗଢନ୍ତୁ (CLICK NOW)

୨୦୧୮ରେ ଲିଲି ଦାସଙ୍କ ସହ ସୌଭାଗ୍ୟ ରଞ୍ଜନଙ୍କର ବାହାଘର ହୋଇଥିଲା। ଉଭୟେ ଭୁବନେଶ୍ବରସ୍ଥିତ ଦୁର୍ଗାପୁର ପାଟଣା ଅଞ୍ଚଳରେ ରହୁଥିଲେ। ସେମାନଙ୍କର ଏକ ଝିଅ ବି ଅଛି। ସୌଭାଗ୍ୟଙ୍କର ଟିକେ ମୁଣ୍ଡ ଦୋଷ ଅଛି ବୋଲି ତାର ବାପା କହିଛନ୍ତି। ଗତକାଲି ରାତିରେ ସେ ତାଙ୍କ ବାପାକୁ ବି ବାଡାବାଡି କରିଥିଲେ। ବାପା ଦୌଡ଼ି ପଳାଇଲା ପରେ ସ୍ତ୍ରୀ ମାଡ଼ର ଶିକାର ହୋଇଥିଲେ। ସହିଦନଗର ଥାନା ବସୁଆଘାଇ ଅଂଚଳରେ ସାମ୍ନାକୁ ଆସିଛି ଏମିତି ଘଟଣା। ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ କରୁଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!