ସିନାପାଲି କେନ୍ଦୁଲିପ୍ ରେଞ୍ଜ ଅଧିନସ୍ଥ ବିଭିନ୍ନ ଫଡ଼ିରେ ଆରମ୍ଭ ହୋଇଛି କେନ୍ଦୁପତ୍ର ସଂଗ୍ରହ

Creat A Revolution
           

ନୂଆପଡା -: ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ୍ ହାତିବନ୍ଧା, କୋକପଦର, ଭରୁଆମୁଣ୍ଡା, ନଙ୍ଗଲବୋଡ, ନୁଆମାଲ ପଡ଼ା, ଘାଟମାଲ, ସମେତ ବିଭିନ୍ନ ଫଡିରେ ସପ୍ତାହେ ହେଲା କେନ୍ଦୁପତ୍ର ତୋଳା ଆରମ୍ଭ ହୋଇଛି।

ପ୍ରତ୍ୟେକ ଫଡି ଥିବା ଗାଁ ରେ ପତ୍ର କିଣୁଥିବା ଦେଖିବାକୁ ମିଳୁଛି । କେନ୍ଦୁପତ୍ର ତୋଳାଲି ମାନେ ସକାଳ ୫ଟାରୁ କେନ୍ଦୁପତ୍ର ତୋଳିବାକୁ ଯାଇ ସକାଳ ପ୍ରାୟ ୯ ଟା ସମୟରେ ଘରକୁ ଫେରି କେନ୍ଦୁପତ୍ର କୁ ବାନ୍ଧିବା ଆରମ୍ଭ କରୁଥିବା ବେଳେ ବନ୍ଧା ସରିବା ପରେ ଅପରାହ୍ନ ସମୟରେ କେନ୍ଦୁପତ୍ର ଫଡିକୁ ବିକ୍ରୀ ନିମନ୍ତେ ପ୍ରସ୍ତୁତ କରିଥାନ୍ତି। ଗୋଟିଏ ବିଡାରେ ସରକାରୀ ଙ୍କ ଧାର୍ଯ୍ୟ ଅନୁସାରେ ୨୦ଟି ଭଲ ପତ୍ର ସହ ଉପରେ ଓ ତଳେ ଦୁଇଟି ମୋଟ୍ ୨୨ଟି ପତ୍ର ବାନ୍ଧୁଥିବା କେନ୍ଦୁପତ୍ର ତୋଳାଲି ମାନେ କହିଛନ୍ତି। କମ୍ପାନୀ ର ମଧ୍ୟ ୪୫ଟି ପତ୍ରରେ ଗୋଟିଏ ବିଡା । ଚଳିତ ବର୍ଷ ରାଜ୍ୟ ସରକାର କେନ୍ଦୁପତ୍ରର ସହାୟକ ମୂଲ୍ୟ ବୃଦ୍ଧିବକରିଥିବାରୁ କେନ୍ଦୁପତ୍ର ତୋଳାଲି ଖୁସି ବ୍ଯକ୍ତ କରିଛନ୍ତି | ୧୦୦ ବିଡାର ମୂଲ୍ୟ ୧୪୦ ଟଙ୍କା ଦେଉଥିବା ବେଳେ କମ୍ପାନୀ ଦେଉଛି ୧୦୦୦ ବିଡା କୁ ୬୦୦ ଟଙ୍କା ଦେଉଥିବା ଦେଖିବାକୁ ମିଳୁଛି । ସରକାରୀ ଧାର୍ଯ୍ୟ ମୁଲ୍ୟ ଠାରୁ ଦୁଇଗୁଣ ଅଧିକ ଦେଇ କମ୍ପାନୀ କିଣୁ ଥିବା ଦେଖି ଜଣାପଡେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading