ତିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ

Creat A Revolution
           

ଦେବଗଡ଼ -: ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଏବଂ ତିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେବଗଡ଼ ବନ୍ଦ ପାଳନ କରାଯାଉଛି। ବିଜେପି କର୍ମୀମାନେ ପିକେଟିଂ କରି ସହରର ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ କରୁଛନ୍ତି। ଆଜି ଦେବଗଡ଼ରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ବନ୍ଦ ଡାକରା ନେଇ ସୂଚନା ନେଇ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଗତକାଲି ସୂଚନା ଦେଇଥିଲେ। ବିଜେପି ପକ୍ଷରୁ ତିଲେଇବଣି ବିଡିଓଙ୍କ ଗିରଫ ଦାବି ହୋଇଛି। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବା ପରେ ଆଜି ଦଳୀୟ କର୍ମୀମାନେ ଦେବଗଡ଼ ଥାନା ଘେରାଉ କରିଥିଲେ। ଏଥି ସହିତ ବିଜେପି କର୍ମୀମାନେ ଥାନା ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ସନ୍ଧ୍ୟାରେ ବିଜେପି କର୍ମୀମାନେ ଥାନା ଘେରାଉ କରିବା ସହ କହିଛନ୍ତି, ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ତୁରନ୍ତ ଗିରଫ କରାଯାଉ।

ବିଡିଓ ଶ୍ରୀ ଦଳପତିଙ୍କ ବିରୋଧରେ ବିଧାୟକଙ୍କ ପକ୍ଷରୁ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ ତାଙ୍କୁ ଗିରଫ କରୁନାହିଁ। ବିଜେପି କର୍ମୀମାନେ ବିଧାୟକଙ୍କ ଗିରଫକୁ ତୀବ୍ର ନିନ୍ଦା କରିଛନ୍ତି। ବିଜେପିର ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, କେନ୍ଦୁଝର ବିଧାୟକ ମୋହନ ମାଝି, ତଲସରା ବିଧାୟକ ଭବାନୀ ଭୋଇ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସାହୁ, କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାୟକଙ୍କ ସମେତ ଦଳୀୟ କର୍ମୀମାନେ ଥାନା ଘେରାଉ ସମୟରେ ଉପସ୍ଥିତ ଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading